ଭାରତୀୟ ସେନାର ମଜାକ ଉଡ଼ାଇ ଭୁଲ୍ ମାଗିଲେ କମେଡିଆନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଭାରତୀୟ ସେନାର ମଜାକ ଉଡ଼ାଇ ଭୁଲ୍ ମାଗିଲେ କମେଡିଆନ୍‌

ନୂଆଦିଲ୍ଲୀ:  ସାଉଥ୍‌ ଆଫ୍ରିକାର କମେଡିଆନ୍‌ ତଥା ଟିଭି ହୋଷ୍ଟ୍‌ ଟ୍ରେଭର୍‌ ନୋହ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧର ମଜାକ ଉଡ଼ାଇ ଥିଲେ। ଯାହାକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ଟ୍ରଲ ହେବା ସହିତ ତାଙ୍କୁ ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ଟ୍ରେଭର୍‌ ତାଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗିଥିବା ଜଣାପଡ଼ିଛି।

ଟ୍ରେଭର୍‌ ତାଙ୍କ ଟିଭି ଶୋରେ ମଜାକ୍‌ କରି କହିଥିଲେ, “ମୁଁ ପ୍ରାର୍ଥନା କରୁଛି, ଯେମିତି ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଳଢ଼ନ୍ତୁ ନାହିଁ। ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏସବୁ ଦେଖିବା ବହୁତ ମନୋରଞ୍ଜନ ଦାୟକ ହେବ।’ ଏହି ଭିଡିଓରେ ସେ ଭାରତୀୟ ସୈନିକଙ୍କୁ ଉପହାସ କରି କହିଛନ୍ତି ଯେ, “ଭାରତୀୟ ସୈନିକମାନେ ବଲିଉଡ୍‌ ଗୀତରେ ନାଚି ନାଚି ଶତ୍ରୁପକ୍ଷଙ୍କୁ ମାରିବେ।” ଏପରି କହି ଟ୍ରେଭର୍‌ ବାରମ୍ୱାର ଏହି ସିନ୍‌ର ଆକ୍ଟିଙ୍ଗ୍‌ କରିଥିଲେ।

ଏହି ଭିଡିଓ ଦେଖିବା ପରେ ସୋଶାଲ ମିଡିଆରେ ୟୁଜର୍ସ ଟ୍ରେଭର୍‌ଙ୍କୁ ଗାଳି କରିବା ସହିତ ସମାଲୋଚନା କରିଥିଲେ। ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଟ୍ୱିଟ୍‌ କରି ଟ୍ରେଭରଙ୍କ ଏପରି କାମ ନୁଃଖଦାୟକ ବୋଲି କହିଥିଲେ।

ଚାରିଆଡ଼ୁ ସମାଲୋଚନା ଶୁଣିବା ପରେ ଶେଷରେ ଟ୍ରେଭର୍ କ୍ଷମା ମାଗିଛନ୍ତି। ଟ୍ରେଭର୍ ଟ୍ୱିଟ୍ କହି କହିଛନ୍ତି, “କାହାର ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ କେବଳ ଦୁନିଆରୁ ଯନ୍ତ୍ରଣା ଓ ଦୁଃଖ କମ୍ କରିବା ପାଇଁ ଜୋକ୍ସର ବ୍ୟବହାର କରିଥାଏ।“
ଟ୍ରେଭର୍‌ ଆହୁରି ମଧ୍ୟ ଲେଖିଥିଲେ, ବାସ୍ତବରେ ଆପଣମାନେ ମୋର ଷ୍ଟାଣ୍ଡଅପ୍‌ କମେଡିରେ ଦେଖିଥିବେ, ମୋ ମାଙ୍କ ମୁଣ୍ଡରେ ଗୁଳି ବାଜିବା ପରେ ମଧ୍ୟ ମୁଁ ଏହାର ମଜାକ୍‌ ଉଡ଼ାଇ ଥିଲି। ଜଣେ କମେଡିଆନ୍‌ ଭାବରେ ମୁଁ ଦୁଃଖ, ସମସ୍ୟା କମ୍‌ କରିବା ପାଇଁ କମେଡି କରିଥାଏ। ଯଦି ମୁଁ କାହାର ମନକୁ କଷ୍ଟ ଦେଇଛି, ସେଥିପାଇଁ କ୍ଷମା ମାଗୁଛି। କାହାକୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନ ଥିଲା।



from Odisha Reporter https://ift.tt/2NJIFdm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages