
ନୂଆଦିଲ୍ଲୀ: ଲଣ୍ଡନର ଏକ କୋର୍ଟ ଆଜି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଋଣ ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି। ନିରବ ଋଣ ନେଇ ଫେରାର ହୋଇ ଯାଇଥିବା ବେଳେ ଲଣ୍ଡନରେ ଆତ୍ମଗୋପନ କରିଥିବା ସୂଚନା ମିଳିଥିଲା।
ଏହପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ପ୍ରତ୍ୟର୍ପଣ ପାଇଁ ବ୍ରିଟେନ୍ ସରକାରଙ୍କୁ କହିଥିଲା। ମାର୍ଚ୍ଚ ୯ରେ ବ୍ରିଟେନ୍ ଗୃହ ସଚିବ୍ ଭାରତ ସରକାରଙ୍କ ପ୍ରତ୍ୟର୍ପଣ ଅନୁରୋଧ ଗ୍ରହଣ କରିବା ସହ ଏ ସଂକ୍ରାନ୍ତରେ ବିଚାର କରିବାକୁ ଲଣ୍ଡନ କୋର୍ଟଙ୍କୁ କହିଥିଲେ। କୋର୍ଟ ଏହାର ବିଚାର କରି ନିରବ ମୋଦିଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି।
ନିରବ ମୋଦି ପିଏନ୍ବିରୁ ୧୩ ହଜାର କୋଟି ଟଙ୍କା ଋଣ ନେଇ ଫେରାର ହୋଇଯାଇଛନ୍ତି। ତାଙ୍କ ବିରୋଧରେ ଉଭୟ ସିବିଆଇ ଏବଂ ଇଡି ମାମଲା ରୁଜୁ କରି ତଦନ୍ତ କରୁଛି।
ଦୀର୍ଘ ବର୍ଷ ହେଲା ଫେରାର ଥିବା ନିରବ ମୋଦିଙ୍କୁ କିଛି ଦିନ ତଳେ ଜଣେ ସାମ୍ବାଦିକ ଲଣ୍ଡନରେ ଠାବ କରିଥିଲେ। ସେ ସେଠାରେ ମାସିକ ୧୫ ଲକ୍ଷ ଟଙ୍କା ଦେଇ ଏକ ଘରେ ଭଡ଼ା ରହୁଛନ୍ତି। ଏଥିସହ ନୂଆ ହୀରା ବ୍ୟବସାୟ ମଧ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି।
from Odisha Reporter https://ift.tt/2OjnwqJ
No comments:
Post a Comment