ବର୍ଖାଙ୍କୁ ହଟହଟା କରି ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ବର୍ଖାଙ୍କୁ ହଟହଟା କରି ୪ ଗିରଫ

ନୂଆଦିଲ୍ଲୀ: ଫାୟାର ବ୍ରାଣ୍ଡ ସାମ୍ବାଦିକ ବର୍ଖା ଦତ୍ତଙ୍କୁ ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୪ ଜଣ ଗିରଫ ହୋଇଛନ୍ତି। ବର୍ଖା ଏନେଇ ନିଜେ ଟ୍ୱିଟ୍‌ କରି ଜଣାଇଛନ୍ତି। ଦିଲ୍ଲୀ ପୁଲିସର ସାଇବର ଅପରାଧ ଶାଖା ସେମାନଙ୍କୁ ଗିରଫ କରିଛି।

ସେ ଟ୍ୱିଟ୍‌ କରି କହିଛନ୍ତି, “ଦିଲ୍ଲୀ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ସେମାନେ ମୋତେ ହଇରାଣ କରୁଥିଲେ, ମୋତେ ଆପତ୍ତିଜନକ ଓ ଅଶ୍ଳୀଳ ଭାଷାରେ ମେସେଜ୍‌ ପଠାଉଥିଲେ ଏବଂ ନଗ୍ନ ଓ ଗୁପ୍ତାଙ୍ଗର ଫଟୋ ମଧ୍ୟ ପଠାଉଥିଲେ। ଏପରିକି ଜଣେ ମୋତେ ମାରିଦେବାକୁ ଧମକାଉଥିଲା। ମୁଁ ଆହୁରି ୧୦ ଜଣଙ୍କ ନାମରେ ଏଫ୍‌ଆଇଆର ଦେଇଛି। ସେମାନଙ୍କୁ ଜେଲ୍‌ ନ ପଠାଇବା ଯାଏ ଛାଡ଼ିବିନି।”

ସେ ଗତ ମାସ ୨୧ ତାରିଖରେ ବର୍ଖା ପୁଲିସ୍‌ରେ ଅଭିଯୋଗ ଆଣିଥିଲେ ତାଙ୍କୁ କିଛି ଅଜଣା ନମ୍ବରରୁ ଆପତ୍ତିଜନକ ମେସେଜ୍‌, ଫଟୋ ଏବଂ ଅଜଣା ଲୋକଙ୍କଠାରୁ କଲ ଆସୁଛି।

ସେ ଏଫ୍‌ଆଇଆରରେ ଲେଖିଛନ୍ତି, “ମୋ ବିରୋଧରେ ରଚାଯାଇଥିବା କିଛି ଫେକ୍‌ ନ୍ୟୁଜ୍‌ ଅପପ୍ରଚାରର ମୁଁ ଶିକାର ହୋଇଛି। ମୋତେ ନଗ୍ନ ଚିତ୍ର ବ୍ୟତୀତ ଯୌନ ଆବେଦନ ପରି ବାର୍ତ୍ତା ଆସୁଛି। ମୁଁ ମୋ ସୁରକ୍ଷା ପାଇଁ ଚିନ୍ତିତ। ଏହା ସୁଚିନ୍ତିତ ଏବଂ ଯୋଜନାବଦ୍ଧ ଆକ୍ରମଣ।”

ଅଭିଯୁକ୍ତଙ୍କୁ ପଚରାଉଚରାରୁ ଜଣାପଡ଼ିଛି, ବର୍ଖାଙ୍କ ନମ୍ବର କିଛି ନିଷିଦ୍ଧ ୱେବ୍‌ସାଇଟ୍‌ରେ ‘ଏସ୍କଟ୍‌ ସର୍ଭିସ୍‌’ରେ ଉପଲବ୍ଧ ହେଉଛି। ବର୍ତ୍ତମାନ ସେମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ୩୫୪ଡି, ୫୦୬, ୫୦୭ଳ ୧୨୦ବି ଆଦି ଦଫା ଲାଗିଛି। ଏପରିକି ଆଇଟି ଆକ୍ଟର ୬୭ ଏବଂ ୬୭ଏ ଧାରା ମଧ୍ୟ ଲାଗୁ ହୋଇଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଏହି ୪ ଜଣଙ୍କ ନାମ ରାଜୀବ ଶର୍ମା, ହେମରାଜ କୁମାର, ଆଦିତ୍ୟ କୁମାର ଏବଂ ଗୁଫାନ୍‌ ପିଞ୍ଜାରୀ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2Yat2QI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages