ଆସନ୍ତୁ ଜାଣିବା, ଏଲୋଭେରା ଜୁସ୍‌ ପିଇବାର ୫ଟି ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଆସନ୍ତୁ ଜାଣିବା, ଏଲୋଭେରା ଜୁସ୍‌ ପିଇବାର ୫ଟି ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ। ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରେ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି।

ଏଲୋବେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ଏଲୋବେରା ଜୁସ୍‌ ପିଇଲେ କ’ଣ ଫାଇଦା ମିଳେ ।

୧. ଓଜନ କମ୍ କରିଥାଏ: ଏଲୋବେରାକୁ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ବ୍ୟବହାର କରି ଆପଣ ସବୁ ମାସରେ ନିଜ ଓଜନ କମାଇ ପାରିବେ। ଏହା କରିବା ପାଇଁ ଆପଣଙ୍କୁ  କୌଣସି ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ।

୨. ଆଖି ପାଇଁ ଲାଭଦାୟକ: ଯଦି ଆପଣ ଟିଭି ଅଧିକ ଦେଖନ୍ତି କିମ୍ବା ମୋବାଇଲ୍ ଅଧିକ ବ୍ୟବହାର କରନ୍ତି ତେବେ ଆପଣଙ୍କ ଆଖିରେ ଏହା ଖରାପ ପ୍ରଭାବ ପକାଇବ। ଏଲୋବେରା ଜୁସ୍ ପିଇଲେ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ିବ।

୩. ସୁଗାରକୁ ନିୟନ୍ତ୍ରଣରେ ରଖେ: ଗବେଷଣାରୁ ଜଣାପଡ଼ିଛି,  ଘିକୁଆଁରୀ ବା ଆଲୋଭେରାରେ ଥିବା ଇମୋଡିନ୍‌ ନାମକ ତତ୍ତ୍ୱ ଶରୀରରେ ଗ୍ଲୁକୋଜ୍‌ର ସ୍ତରକୁ କମ୍‌ କରିଥାଏ। ଏଥିସହ ଆଲୋଭେରା ଇନ୍‌ସୁଲିନ୍‌ ସ୍ତର ନିୟନ୍ତ୍ରଣ କରି ଡାଇବେଟିସ୍‌କୁ କଣ୍ଟ୍ରୋଲ୍‌ କରିଥାଏ।

୪. ରକ୍ତ ଚାପ  କମ୍‌ କରେ: ଆଲୋଭେରା ପ୍ରତିଦିନ ଖାଇଲେ ଆପଣଙ୍କ ରକ୍ତଚାପ କମ୍‌ ହୋଇପାରେ। ତେଣୁ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ଭଲ। କିନ୍ତୁ କମ୍‌ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ବିପଦ ଆଣିପାରେ।

୫. ଅଲସର୍‌ ଭଲ କରେ: ଏଲୋଭେରାରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟୋରି ତତ୍ତ୍ୱ ଓ ଭିଟାମିନ୍‌ ସି’ ଆମ ହଜମ କ୍ରିୟାକୁ ଭଲ ରଖିବା ସହ ପେଟର ଅଲସର୍‌ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।



from Odisha Reporter https://ift.tt/2TlOyyg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages