
ଚେନ୍ନାଇ: ତାମିଲନାଡ଼ୁରେ ଡିଏମକେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୋଟ 20 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି ଡିଏମକେ । ତେବେ ପ୍ରାର୍ଥୀଙ୍କ ମଧ୍ୟରେ ଟୁଜି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଦୂରସଞ୍ଚାର ମନ୍ତ୍ରୀ ଦୟାନିଧି ମାରନ ଏବଂ ଏ. ରାଜା ରହିଛନ୍ତି । ତେବେ ଏହି ଦୁର୍ନୀତିର ଅନ୍ୟତମ ଜଣେ ଅଭିଯୁକ୍ତ କାନ୍ନିମୋଝୀ ମଧ୍ୟ ଟ୍ୟୁଟିକୋରିନ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି । ପୂର୍ବରୁ ରାଜ୍ୟସଭାରୁ ସଂସଦକୁ ନିର୍ବାଚିତ ହୋଇଥିବା ନେତା ଚଳିତଥର ପ୍ରଥମଥର ପାଇଁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି।
ମାରନ ଚେନ୍ନାଇ ସେଣ୍ଟ୍ରାଲରୁ, ଏ. ରାଜା ନୀଲଗିରିରୁ ପ୍ରାର୍ଥୀ ହେବେ ବୋଲି ଡିଏମକେ ଘୋଷଣା କରିଛି। ଅନ୍ତିମ ସାଧାରଣ ନିର୍ବାଚନରେ ଏହି ଦୁଇ ପୂର୍ବତନମନ୍ତ୍ରୀ ନିର୍ବାଚନ ଲଢି ଶୋଚନୀୟ ପରାଜୟ ହୋଇଥିଲେ।
2007-08ରେ ମନମୋହନ ସିଂହ ସରକାରରେ ଟୁଜି ଘୋଟାଲା ହୋଇଥିଲା। ଯେଉଁଥିରେ ଦେଶ 1.76 ଲକ୍ଷ କୋଟି ରାଜସ୍ବ ହରାଇଥିବା ସିଏଜି ରିପୋର୍ଟ ପ୍ରକାଶ କରିଥିଲା।
ମୋଟ 39ଟି ଲୋକସଭା ଆସନରୁ ଡିଏମକେ 20ଟି ଅନ୍ୟ ଆସନରେ ସହଯୋଗୀ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ଏପ୍ରିଲ 18ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଦେବ ତାମିଲନାଡ଼ୁ।
from Odisha Reporter https://ift.tt/2CoT49T
No comments:
Post a Comment