
ପଟିଆଲା: ପଟିଆଲାରେ ଚାଲିଥିବା ୨୩ତମ ଫେଡେରେସନ କପ୍ ନ୍ୟାଶନାଲ୍ ସିନିୟର ଆଥଲେଟିକ୍ସ ଚାମ୍ପିଅନଶିପର ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ଷ୍ଟାର ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନିଜର ଚମତ୍କାର ପ୍ରଦର୍ଶନ ବଜାୟ ରଖି ମହିଳା ୧୦୦ ମିଟର୍ ଫାଇନାଲରେ ପ୍ରବେଶ କରିଛନ୍ତି।
ରବିବାର ଅପରାହ୍ନରେ ଅନୁଷ୍ଠିତ ସେମିଫାଇନାଲରେ ଦୂତୀ ୧୦୦ ମିଟର ଦୂରତାକୁ ୧୧.୪୮ ସେକେଣ୍ଡରେ ଅତିକ୍ରମ କରି ଶୀର୍ଷରେ ରହିଛନ୍ତି। ଏହା ପୂର୍ବରୁ ସକାଳେ ଅନୁଷ୍ଠିତ ହିଟ୍ସରେ ଦୂତୀ ୧୧.୬୧ ସେକେଣ୍ଡରେ ଦୂରତାକୁ ଅତିକ୍ରମ କରିଥିଲେ। ସୋମବାର ୧୦୦ ମିଟର୍ ଫାଇନାଲ୍ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶନିବାର ଦୂତୀ ୨୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ସେହିପରି ରାଜ୍ୟର ଅଗ୍ରଣୀ ଧାବକ ଅମିୟ କୁମାର ମଲ୍ଲିକ ପୁରୁଷ ୧୦୦ ମିଟରରେ ନିରାଶ କରିଛନ୍ତି। ସେ ସେମିଫାଇନାଲରେ ନିର୍ଦ୍ଧାରିତ ଦୂରତାକୁ ୧୧.୧୮ ସେକେଣ୍ଡରେ ଅତିକ୍ରମ କରିଥିଲେ ହେଁ, ଫାଇନାଲକୁ କ୍ୱାଲିଫାଏ କରିପାରିନାହାନ୍ତି। ଲମ୍ବଡିଆଁରେ ଓଡ଼ିଶାର ଆଶିଷ କୁମାର ପାତ୍ର ଇଭେଣ୍ଟ ଆରମ୍ଭ କରିବା ପୂର୍ବରୁ ବାହାର ହୋଇଯାଇଛନ୍ତି।
from Odisha Reporter https://ift.tt/2TPPHTk
No comments:
Post a Comment