“ମୋ ଦେଶ ମୋ ଭୋଟ ମୋ ପ୍ରସଙ୍ଗ” ଅଭିଯାନର ଶୁଭାରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

“ମୋ ଦେଶ ମୋ ଭୋଟ ମୋ ପ୍ରସଙ୍ଗ” ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଲୋକଶକ୍ତି ଅଭିଯାନ ଓ ଜନଆନ୍ଦୋଳନ ଗୁଡ଼ିକଙ୍କର ରାଷ୍ଟ୍ରୀୟ ସମନ୍ୱୟ,ଓଡ଼ିଶା ତରଫରୁ ହୋଇଥିବା”ମୋ ଦେଶ, ମୋ ଭୋଟ, ମୋ ପ୍ରସଙ୍ଗ”ଅଭିଯାନକୁ ଓଡ଼ିଶାରେ ଆରମ୍ଭ କରାଯାଇଛି।ଏହି ଅବସରରେ ଲୋକଶକ୍ତି ଅଭିଯାନର ୱେବ ସାଇଟ ବିଶିଷ୍ଟ ଶିକ୍ଷାବିତ ସ୍ୱାଧୀନ ପଟ୍ଟନାୟକଙ୍କ ଦ୍ଵାରା ଉନ୍ମୋଚନ କରାଯାଇଛି। ୨୦୧୯ ନିର୍ବାଚନ ଭାରତର ଗଣତନ୍ତ୍ରର ସୁରକ୍ଷା ପାଇଁ ଆହ୍ୱାନ ଦିଆଯାଇ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ଏକ ନିବେଦନ ପତ୍ର ତଥା ଜନତାଙ୍କ ଇସ୍ତାହାର ପତ୍ର ପ୍ରକାଶ କରିଥିଲେ।

ବରିଷ୍ଠ କୃଷକ ନେତା ଲିଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ପ୍ରଫେସର ବୀରେନ୍ଦ୍ର ନାୟକ, ରାଜନୈତିକ ସମୀକ୍ଷକ କେଦାର ମିଶ୍ର, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ପ୍ରଫେସର ନୀଳମଣି ସାହୁ,ଛାଇର ସମ୍ପାଦକ ସତୀଶ ମିଶ୍ର, ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ ପ୍ରମୁଖ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ କହିଥିଲେ ଯେ ଗତ ପାଞ୍ଚ ବର୍ଷ ଭିତରେ କେନ୍ଦ୍ରର ବିଜେପି ସରକାର ସାମ୍ବିଧାନିକ ବ୍ୟବସ୍ଥା ବିରୋଧରେ କର୍ପୋରେଟମାନଙ୍କୁ ସମ୍ପୂର୍ଣ୍ଣ ଲୁଟ ପାଇଁ ଅନୁମତି ଦେଇ ସେମାନଙ୍କ ଅର୍ଥ ଓ ଗଣମାଧ୍ୟମକୁ ବ୍ୟବହାର କରି ଆରଏସଏସର ସାମ୍ପ୍ରଦାୟିକ ଏଜେଣ୍ଡାକୁ କାର୍ଯ୍ୟକାରୀ କରିଆସିଛି।ଏହାଦ୍ୱାରା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ବ୍ୟକ୍ତି ସ୍ୱାଧୀନତା ଉପରେ ବେଡ଼ି ବନ୍ଧାଯାଇଛି। ତେଣୁ ଗଣତନ୍ତ୍ରର ସୁରକ୍ଷା ପାଇଁ କେନ୍ଦ୍ରରେ ପରିବର୍ତ୍ତନ ଏକାନ୍ତ ଜରୁରୀ ବୋଲି ଆଲୋଚନା ସଭାରେ ମତ ପ୍ରକାଶ ପାଇଛି।

ଏହି କାର୍ଯ୍ୟକ୍ରମରେ ଆବାହକ ମଣ୍ଡଳୀ ତରଫରୁ ଯୁବ ନେତା ମାନସ ପଟ୍ଟନାୟକ ସ୍ୱାଗତ କରିଥିବା ବେଳେ ମନୋରମା ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।



from Odisha Reporter https://ift.tt/2FsnDMm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages