ଓଡ଼ିଆ ଲୋକେ ହିଁ ଏଥର ମୁଖ୍ୟମନ୍ତ୍ରୀଙ୍କୁ ହରେଇବେ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ଓଡ଼ିଆ ଲୋକେ ହିଁ ଏଥର ମୁଖ୍ୟମନ୍ତ୍ରୀଙ୍କୁ ହରେଇବେ: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଏଥର ଓଡିଶା ନିର୍ବାଚନର ଏକ ପ୍ରମୁଖ ରଣକ୍ଷେତ୍ର ହେବ। ବରଗଡ଼ ଜିଲ୍ଲାରେ ଚାଷୀ ଉତ୍ପୀଡ଼ନ, ପିଇବା ପାଣି, ରୋଜଗାର, ଜଳସେଚନ, ଅଭାବୀ ବିକ୍ରି, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ଉପ ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତା’ର ଉତ୍ତର ଦେବାର ମଧ୍ୟ ସମୟ ଆସିଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଏଥର ଓଡ଼ିଆ ଲୋକେ ହିଁ ହରେଇବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବରଗଡ଼ ଜିଲ୍ଲା ଏଥର ଓଡ଼ିଶା ରାଜନୀତିର ଏକ ବହୁଚର୍ଚ୍ଚିତ ନିର୍ବାଚନ ସାମ୍ନା କରିବାକୁ ଯାଉଛି। ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି, ସ୍ଥାଣୁତା, ସମ୍ବେଦନହୀନତା ହିଁ ଏବେ ମୁଖ୍ୟ ପ୍ରଶ୍ନ ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗତକାଲି ଗୋଟେ ନୂଆ ସୁଆଙ୍ଗ ରଚିଛନ୍ତି। ଭାରତବର୍ଷରେ ଏକ ସ୍ଥିର ସରକାର ଓ ନିର୍ଣ୍ଣାୟକ ସରକାର ନହେଉ ବୋଲି ରାହୁଲ ଗାନ୍ଧି, ମାୟାବତୀ, ଚନ୍ଦ୍ରବାବୁ ନାଇଡୁ, ମମତା ବାନାର୍ଜୀ ଚାହୁଁଛନ୍ତି। ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କ୍ଲବରେ ସାମିଲ ହୋଇଛନ୍ତି। ପାକିସ୍ତାନ ସହ ଲଢ଼େଇ କରିବାକୁ ଓ ଗରିବ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଏକ ମଜଭୁତ ସରକାରର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସେହିପରି ଗରିବ ପରିବାରମାନଙ୍କୁ ମଧ୍ୟବିତ୍ତ ପରିବାରରେ ପରିବର୍ତ୍ତନ କରିବା ପାଇଁ ଏକ ନିର୍ଣ୍ଣାୟକ ସରକାର ଦରକାର। ଯାହା ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ପାଇ ଦେଶ ଆଜି ଆଶ୍ୱସ୍ତ ହୋଇଛି । ଏହି ସମସ୍ତ ବିରୋଧୀ ଦଳଗୁଡ଼ିକ ନରେନ୍ଦ୍ର ମୋଦିଙ୍କୁ ନିର୍ଣ୍ଣାୟକ ସରକାରରୁ ବଞ୍ଚିତ କରିବା ପାଇଁ ଅପଚେଷ୍ଟା କରୁଥିବାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମଧ୍ୟ ସେଥିରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ବରଗଡ଼ ଲୋକସଭା ଆସନରୁ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ବରଗଡ଼, ଅତାବିରା ଓ ଭଟଲି ବିଧାନସଭା ଆସନରୁ ମଧ୍ୟ ଦଳୀୟ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।



from Odisha Reporter https://ift.tt/2FyTgoO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages