ଟିକଟ ଛକାପଞ୍ଝାରେ ଷ୍ଟିଲ୍‌ସିଟି ନେତା: ଶଙ୍ଖ ଫୁଙ୍କି ପାରନ୍ତି ଦିଲୀପ, ପଦ୍ମପୋଖରୀକୁ ଯିବେ ସାରଦା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଟିକଟ ଛକାପଞ୍ଝାରେ ଷ୍ଟିଲ୍‌ସିଟି ନେତା: ଶଙ୍ଖ ଫୁଙ୍କି ପାରନ୍ତି ଦିଲୀପ, ପଦ୍ମପୋଖରୀକୁ ଯିବେ ସାରଦା !

ରାଉରକେଲା (ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲାରେ ଏପ୍ରିଲ ୧୮ ତାରିଖରେ ନିର୍ବାଚନ ହେବାର ନିଷ୍ପତ୍ତି ହୋଇଛି। ସେଥିପାଇଁ ଇସ୍ପାତ ନଗରୀ ରାଉରକେଲାର ରାଜନୀତିକ ପାଣିପାଗ ବେଶ୍‌ ସରଗରମ ହୋଇଗଲାଣି। ଏଠାରେ ଯେ କେବଳ ଲୁହାପଥରକୁ ତରଳାଇ ଇସ୍ପାତ ତିଆରି ହୁଏ ତା ନୁହେଁ, ଏଠାକାର ନିର୍ବାଚନୀ ହାୱା ସାରା ରାଜ୍ୟକୁ ମଧ୍ୟ ପ୍ରଭାବିତ କରିବାର ଦମ୍ ରଖେ। ଯାହାର ଉଦାହରଣ ହେଉଛି ୨୦୧୪ ନିର୍ବାଚନ। ଏଠାରେ ବିଜେପି ଟିକେଟରୁ ଦିଲୀପ ରାୟ ବିଧାୟକ ହୋଇଥିଲେ। ସମଗ୍ର ରାଜ୍ୟରୁ ଜଣେ ବିଜେପି ସାଂସଦ ଜୁଏଲ ଓରାମ ଯିଏକି ସୁନ୍ଦରଗଡ଼ ମାଟିରୁ ଯାଇ କେନ୍ଦ୍ରରେ ମନ୍ତ୍ରିପଦ ପାଇଥିଲେ। ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ଜୁଏଲଙ୍କର ଏହି ଜିତିବା ପଛରେ କୁଆଡ଼େ ଦିଲୀପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ହେଲେ ଆଜି ଚିତ୍ର ବଦଳିଛି। ଦିଲ୍ଲୀପ ରାୟ ୩୦ ଜୁନ୍ ୨୦୧୮ରୁ ବିଜେପି ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ସମଗ୍ର ଜିଲ୍ଲା କାହିଁକି ରାଜ୍ୟରେ ତାଙ୍କୁ ନେଇ ଚର୍ଚ୍ଚା। କେଉଁ ଦଳକୁ ଯିବେ? ଯଦି ନ ଯାଆନ୍ତି ତେବେ ନିର୍ବାଚନ ଉପରେ ତାଙ୍କର ପ୍ରଭାବ ରହିବ କି? ସେ ଯେଉଁ ଆଡ଼କୁ ଯିବେ, ସେହି ଦଳ ତାଙ୍କ ଲୋକପ୍ରିୟତାର ଫାଇଦା ନିଶ୍ଚୟ ପାଇବ। ଦିଲୀପଙ୍କ ପାଖ ଲୋକଙ୍କ କହିବା କଥା, ସେ ବହୁତ ଶୀଘ୍ର ବିଜେଡିରେ ମିଶି ପାରନ୍ତି। କିନ୍ତୁ ପୂର୍ବରୁ ଦିଲୀପ ଘୋଷଣା କରିଛନ୍ତି, ସେ ପ୍ରତ୍ୟକ୍ଷ ରାଜନୀତିରେ ଅଂଶ ଗ୍ରହଣ କରିବେ ନାହିଁ। ଯଦି ସେ ବିଜେଡିକୁ ଯାଆନ୍ତି ତେବେ ବିଜେଡିରେ ତାଙ୍କ ଭୂମିକା କଣ ରହିବ? କାରଣ ରାଉରକେଲା ନିର୍ବାଚନ ମଣ୍ଡଳୀରେ ଇତିହାସ କହେ, ଏଠାରେ ସାରଦା ନାଏକ ଓ ଦିଲ୍ଲୀପ ରାୟ ଦୁଇ ହେଭି ୱେଟ୍‌ ନେତାଙ୍କ ମଧ୍ୟରେ କଡା ଟକ୍କର ହୁଏ।

ଯଦି ଦିଲୀପ ବିଜେଡିକୁ ଆସନ୍ତି ତେବେ ସାରଦା ନାୟକ ବିଜେପିକୁ ଯିବା ମଧ୍ୟ ଏକପ୍ରକାରର ଫାଇନାଲ୍‌ ବୋଲି ଚର୍ଚ୍ଚା ହେଉଛି। ଏବେ ରାଉରକେଲା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ ଦୁଇଦିନ ତଳେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ଦିଲୀପ ରାୟ ଓ ବିଜୟ ମହାପାତ୍ର ଏବେବି ଦଳରେ ଅଛନ୍ତି। ଯଦି ତାଙ୍କ କଥାକୁ ମାନି ନିଆଯାଏ, ଏଠାରୁ ବିଜେପି ଟିକେଟରୁ ଯିଏ ବିଧାୟକ ପାଇଁ ଛିଡ଼ାହେବେ ତାଙ୍କ ପ୍ରତି ଦିଲୀପଙ୍କ ସମର୍ଥନ ରହିବ। ଆଉ ବିଜେଡି-ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳିବ।

ବିଜେଡି: ରାଉରକେଲା ବିଧାନସଭା ଆସନ ପାଇଁ ସବୁ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବଡ଼। ବିଜେଡିରେ ସବୁଠାରୁ ବେଶୀ ଭିଡ଼। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେଠୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଥା କହିଲେଣି, ସହରରେ ଥିବା କିଛି ବିଜେଡି ନେତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ସେମାନଙ୍କ ଭିତରେ ଏବେ ଏକାଧିକ ଟିକେଟ ଦୌଡ଼ରେ। ଯେମିତି ବିଜେଡି ମହିଳା ନେତ୍ରୀ ମିନତୀ ଦେବତା ଓ ପୂର୍ବତନ ନଗରପାଳ ରଶ୍ମୀବାଳା ମିଶ୍ର। ଅନ୍ୟପଟେ ବରିଷ୍ଠ ନେତା ଆନନ୍ଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ମିହିର ରାୟ, ବ୍ୟବସାୟୀ ରାଜେଶ ମହାପାତ୍ରଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। କିନ୍ତୁ ସବୁଠୁ ଆଗରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାଏକ

ବିଜେପି: ଏବେ ପଢ଼ନ୍ତୁ ବିଜେପି ଟିକେଟ ଆଶାୟୀଙ୍କ ତାଲିକା। ଏହି ତାଲିକାରେ ଅଛନ୍ତି ବିଜେପି ନେତା ଧୀରେନ ସେନାପତି, ପୂର୍ବତନ ନଗରପାଳ ନିହାର ରାୟ, ସମାଜସେବୀ ରଘୁ ବଳ, ପ୍ରମିଳା ଦାସ, ରମେଶ ଅଗ୍ରୱାଲ ପ୍ରମୁଖ।

କଂଗ୍ରେସ: କଂଗ୍ରେସରେ ବି ଆଶାୟୀ ତାଲିକା କମ୍ ନୁହେଁ। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବୀରେନ ସେନାପତି ଓ ବର୍ତ୍ତମାନର ଜିଲ୍ଲା ସଭାପତି ରବି ରାଏ। ଏ ଦୁଇଜଣଙ୍କ ନାମକୁ ପ୍ରଦେଶ କଂଗ୍ରେସ କମିଟି ଏଆଇସିସିକୁ ପଠାଇଥିବା ଜଣାପଡିଛି। କିନ୍ତୁ ଆଶାୟୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଯୁବନେତା ରାଜକୁମାର ଯାଦବ, ବରିଷ୍ଠ ନେତା ସବିର ହୁସେନ୍‌ଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଉପସଂହାର: ଏହାବ୍ୟତୀତ ଆମ୍‌ ଆଦ୍‌ମୀ ପାର୍ଟିରୁ ବିନୟ କୁମାର ତିୱାରୀ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି। ତେବେ ଶୁଣାଯାଉଛି ଦିଲୀପ ରାୟ ବିଜେଡିକୁ ଫେରିବେ ଓ ବିଜେଡି ଟିକଟରୁ ହିଁ ରାଉରକେଲାରେ ପ୍ରାର୍ଥୀ ହେବେ। ଆଜି ସଂଧ୍ୟାସୁଦ୍ଧା ଏ ସଂପର୍କିତ ଖବର ସ୍ପଷ୍ଟ ହୋଇଯିବ। ଯଦି ଏମିତି ହୁଏ, ତେବେ ସାରଦା ନାୟକ ବିଜେପି ଟିକଟରେ ଲଢ଼ି ପାରନ୍ତି। ତେବେ ନୂଆ ସମୀକରଣ କ’ଣ ହେବ ତାହା ଖୁବ୍‌ଶିଘ୍ର ସ୍ପଷ୍ଟ ହୋଇଯିବ।



from Odisha Reporter https://ift.tt/2HjHhOd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages