
ଚଣ୍ଡୀଗଡ଼: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ୨୦୧୯ ଲୋକସଭା ନିର୍ବାଚନର ଷ୍ଟାର ପ୍ରଚାରକ ହେବେ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି। ମୁହଁତୋଡ଼ ଜବାବ ଦେବା ଓ କଥା କହିବାର ଚାତୁରୀ ପାଇଁ ସିଦ୍ଧୁ ଲୋକପ୍ରିୟତା ହାସଲ କରିଛନ୍ତି।
ପଞ୍ଜାବରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗରେ ମନ୍ତ୍ରୀ ଥିବା ସିଦ୍ଧୁ ନିକଟରେ ଭାରତ-ପାକିସ୍ତାନ ମାମଲାରେ ପାକିସ୍ତାନ ସପକ୍ଷରେ କହି ଚର୍ଚ୍ଚାରେ ରହିଥିଲେ।
ଏ ନେଇ ପଞ୍ଜାବର କଂଗ୍ରେସ ପ୍ରଭାରୀ ଆଶା କୁମାରୀ କହିଛନ୍ତି, “ସିଦ୍ଧୁ କଂଗ୍ରେସ ପାଇଁ ଜଣେ ଷ୍ଟାର୍ ପ୍ରଚାରକ ଭାବରେ କାମ କରିବେ। ଲୋକଙ୍କ ସହିତ ଯୋଡ଼ି ହୋଇ ରହିବାର କଳା ସେ ଜାଣିଛନ୍ତି ଏବଂ ତାଙ୍କର ପ୍ରଚାର ଦଳ ପାଇଁ ମହତ୍ତ୍ୱ ରଖିବ। “
ଆଶା କୁମାରୀ ଆହୁରି ମଧ୍ୟ କହିଛନ୍ତି, “୨୦୧୪ରେ ଭାଜପା ଲୋକମାନଙ୍କୁ ଯେଉଁ ସବୁ ଭରସା ଓ ବିଶ୍ୱାସ ଦେଇଥିଲା ତାହା ପୂରଣ କରିପାରିନାହିଁ । ତେଣୁ ସେସବୁକୁ ନିର୍ବାଚନୀ ପ୍ରସଙ୍ଗ କରାଯିବ ଏବଂ ପ୍ରଚାର ସମୟରେ ଲୋକମାନଙ୍କୁ ଜଣାଇ ଦିଆଯିବ।“
କ୍ରିକେଟର୍ରୁ ନେତା ହୋଇଥିବା ସିଦ୍ଧୁ ବିଧାନସଭା ନିର୍ବାଚନ ସମୟରେ ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ରେ ୧୭ ଦିନ ଧରି ନିର୍ବାଚନୀ ପ୍ରଚାର କରିଥିଲେ।
ପୁଲୱାମା ଆକ୍ରମଣ ପରେ ବିବାଦୀୟ ବୟାନ୍ ଦେଇ ସିଦ୍ଧୁ କେନ୍ଦ୍ର ଦ୍ୱାରା ସମାଲୋଚନାର ଶିକାର ହୋଇଥିଲେ। ଏଥିପାଇଁ ତାଙ୍କୁ କମେଡି ଟେଲିଭିଜନ ଶୋରୁ ମଧ୍ୟ ହଟାଇ ଦିଆଯାଇଥିଲା।
from Odisha Reporter https://ift.tt/2HBj0lJ
No comments:
Post a Comment