ଟିଏମସି ପ୍ରାର୍ଥିପତ୍ର ତାଲିକାରେ ୪୧% ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଟିଏମସି ପ୍ରାର୍ଥିପତ୍ର ତାଲିକାରେ ୪୧% ମହିଳା

କୋଲକାତା: ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନପାଇଁ ଶାସକ ତୃଣମୂଳ କଂଗ୍ରେସ ତା’ର ପ୍ରାର୍ଥି ତାଲିକାରେ ମହିଳାଙ୍କୁ ୪୧ ପ୍ରତିଶତ ଆରକ୍ଷଣ ଦେଇଛି। ଟିଏମସି ସୁପ୍ରିମୋ ମମତା ବାନାର୍ଜି ଆଜି ଟିଏମସି ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ମୁନମୁନ ସେନଙ୍କ ସମେତ ତିନି ଜଣ ଲୋକପ୍ରିୟ ଫିଲ୍ମ ଅଭିନେତ୍ରୀଙ୍କୁ ମମତା ଲୋକସଭା ପ୍ରାର୍ଥି ଭାବେ ବାଛିଛନ୍ତି। ମମତାଙ୍କ ଏହି ପଦକ୍ଷେପକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ପ୍ରଶଂସା କରିଛନ୍ତି।

 

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଆରକ୍ଷଣ ରହିବା ଉଚିତ ବୋଲି ଦର୍ଶାଇ ଦେଶର ସବୁ ଦଳର ନେତାଙ୍କୁ ଚିଠି ଲେଖିଥିଲେ।ଟିଏମସି ସୁପ୍ରିମୋ ଆଜି ଯେଉଁ ପ୍ରାର୍ଥି ତାଲିକା ପ୍ରକାଶ କରିଛନ୍ତି ସେଥିରେ ୧୦ ଜଣ ସାଂସଦଙ୍କର ଟିକଟ କଟାଯାଇଛି ।



from Odisha Reporter https://ift.tt/2UzrJZE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages