ଗୋଧ୍ରା ଦଙ୍ଗା ଘଟଣା: ପଟାଲିୟାକୁ ଆଜୀବନ ଜେଲ ଦଣ୍ଡାଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଗୋଧ୍ରା ଦଙ୍ଗା ଘଟଣା: ପଟାଲିୟାକୁ ଆଜୀବନ ଜେଲ ଦଣ୍ଡାଦେଶ

ଅହମଦାବାଦ: ୨୦୦୨ ଗୋଧ୍ରା ଦଙ୍ଗା ଘଟଣାରେ ସ୍ପେଶାଲ ଇନଭେଷ୍ଟିକେସନ ଟିମ୍ (ଏସଆଇଟି) ଅଭିଯୁକ୍ତ ୟାକୁବ ପଟଲିୟାକୁ କୋର୍ଟ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଗତବର୍ଷ ୨୦୧୮ ଅଗଷ୍ଟ ମସିହାରେ ଏହି ମାମଲାରେ କୋର୍ଟ ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୩ ଜଣକୁ ଦୋଷମୁକ୍ତ କରିଥିଲେ। ୨୦୦୨ରେ ଗୋଧ୍ରା ଦଙ୍ଗା ଘଟଣାରେ ପାଖାପାଖି ୫୮ ଜଣ ଲୋକ ପ୍ରାଣ ହରାଇଥିଲେ।

ହାଇକୋର୍ଟର ଅତିରିକ୍ତ ବିଚାରପତି ଫାରୁଖ ଭନ୍ନା ଏବଂ ଇମ୍ରାନ ଆଲିଆସ ଶେରୁ ବଟିକକୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ହୁସେନ ସୁଲେମାନ ମୋହନ, କସମ ଭାମେଦି ଏବଂ ଫାରୁକ ଧାନ୍ତିଆଙ୍କୁ ଦୋଷମୁକ୍ତ କରିଥିଲେ। ଏହି ୫ ଅଭିଯୁକ୍ତଙ୍କୁ ବିଭିନ୍ନ ତଦନ୍ତକାରୀ ସଂସ୍ଥା ୨୦୧୫-୨୦୧୬ରେ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଫେବୃଆରୀ ୨୭, ୨୦୦୨ରେ ଗୁଜରାଟ ଗୋଧ୍ରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସ ପହଞ୍ଚିବା ପରେ କୋଚରେ ନିଆଁ ଲଗାଇଦିଆଯାଇଥିଲା। ପରେ ଏହି ଘଟଣା ବଡ଼ ଧରଣର ଦଙ୍ଗାରେ ପରିଣତ ହୋଇଥିଲା।



from Odisha Reporter https://ift.tt/2HHMm1X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages