ଗରିବ ନବୀନ ଭଉଣୀଙ୍କଠାରୁ ନେଇଛନ୍ତି ଋଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଗରିବ ନବୀନ ଭଉଣୀଙ୍କଠାରୁ ନେଇଛନ୍ତି ଋଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି। ନବୀନ ଦେଇଥିବା ତଥ୍ୟ ଅନୁସାରେ ତାଙ୍କ ପାଖରେ ମାତ୍ର ନଗଦ ୨୫ ହଜାର ଟଙ୍କା ଅଛି।

ଦିଲ୍ଲୀ ଜନପଥରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬ ଲକ୍ଷ ୫୦ ହଜାର ଟଙ୍କା ଜମା ରହିଛି। ସେହିପରି ଦିଲ୍ଲୀ ସଂସଦ ଭବନ ଏସ୍‌ବିଆଇ ଆକାଉଣ୍ଟରେ ୧ ହଜାର ୭୩୦ ଟଙ୍କା ଏବଂ ବାପୁଜୀନଗର ଏସ୍‌ବିଆଇରେ ଜମା ଅଛି ୧୪ ଲକ୍ଷ ୨୦ ହଜାର ଟଙ୍କା।

ହିଞ୍ଜିଳି ଏସ୍‌ବିଆଇର ୨ଟି ଆକାଉଣ୍ଟରେ ଯଥାକ୍ରମେ ୬ ହଜାର ୪୬୫ ଟଙ୍କା ଓ ୧ ହଜାର ଟଙ୍କା ରହିଛି। ଏଥିସହ ନବୀନଙ୍କ ପାଖରେ ରହିଛି ୨ ଲକ୍ଷ ୧୨ ହଜାର ଟଙ୍କାର ଗହଣା ଓ ରତ୍ନପଥର। ଫରିଦାବାଦରେ ଥିବା ୨୨.୭ ଏକର ଫାର୍ମର ମୂଲ୍ୟ ହେଉଛି ୧୦ କୋଟି ୭୫ ଲକ୍ଷ ଏବଂ ଭୁବନେଶ୍ୱରରେ ୨.୧୩୩ ଏକର ଜମିରେ ଥିବା ନବୀନ ନିବାସର ମୂଲ୍ୟ ୯ କୋଟି ୫୨ ଲକ୍ଷ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ସେହିପରି ଭଉଣୀ ଗୀତା ମହେଟ୍ଟାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ ନେଇଥିବା ଦର୍ଶାଇଛନ୍ତି। ସେହିପରି ଦିଲ୍ଲୀ ଘରର ୫୦ ପ୍ରତିଶତ ମାଲିକାନା ରହିଛି। ଏହାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ବୋଲି ଦର୍ଶାଯାଇଛି।



from Odisha Reporter https://ift.tt/2FoLVbu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages