
ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି(ଆଇଟି) କମ୍ପାନୀ ୱିପ୍ରୋର ଅଧ୍ୟକ୍ଷ ପ୍ରେମଜୀ ନିଜ ଅଂଶଧନର ୩୪ ପ୍ରତିଶତ ଅର୍ଥାତ୍ ପ୍ରାୟ ୫୨ ହଜାର ୭୫୦ କୋଟି ଟଙ୍କା ସମାଜସେବା ପାଇଁ ଦାନ କରିବେ। ୱିପ୍ରୋର ଅଧ୍ୟକ୍ଷ ହେବା ସହ ପ୍ରେମଜୀ ନିଜ ନାଁରେ ଥିବା ଅଜିମ ପ୍ରେମଜୀ ଫାଉଣ୍ଡେସନର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଏହି ଫାଉଣ୍ଡେସନ ଜରିଆରେ ସେ ଜନହିତକର କାର୍ଯ୍ୟ କରି ଆସିଛନ୍ତି।
ପାଞ୍ଚବର୍ଷ ଧରି ନିଜ ଫାଉଣ୍ଡେସନରୁ ପ୍ରେମଜୀ ୧୫୦ ଏନଜିଓଙ୍କୁ ଟଙ୍କା ଅନୁଦାନ ଆକାରରେ ଦେଇଥିବା ଜଣାପଡ଼ିଛି। ଫାଉଣ୍ଡେସନରୁ ଦିଆଯାଉଥିବା ଟଙ୍କା ଶିକ୍ଷା କ୍ଷେତ୍ରରେ ବ୍ୟବହାର ହୁଏ। ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାର ବିକାଶ ପ୍ରେମଜୀ ଫାଉଣ୍ଡେସନର ମୂଳ ଲକ୍ଷ୍ୟ। କର୍ଣ୍ଣାଟକା, ଉତ୍ତରାଖଣ୍ଡ, ରାଜସ୍ଥାନ, ଛତିଶଗଡ଼, ପୁଡୁଚେରୀ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ ଏବଂ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ପ୍ରେମଜୀ ଫାଉଣ୍ଡେସନ କାମ କରୁଛି। ଗତବର୍ଷ ମାର୍ଚ୍ଚରେ ପ୍ରେମଜୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ଯର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଓଡ଼ିଶାରେ ପୁଷ୍ଟି କାର୍ଯ୍ୟକ୍ରମକୁ ପ୍ରେମଜୀ ଫାଉଣ୍ଡେସନ ସହଯୋଗ କରୁଛି ।
ୱିପ୍ରୋ ଭାରତରେ ସୂଚନା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ଭାବରେ ତୃତୀୟ ସ୍ଥାନରେ ରହିଛି। ଭାରତର ଜଣେ ସୁବିଖ୍ୟାତ ବ୍ୟବସାୟୀ, ପୁଞ୍ଜିଲଗାଣକାରୀ ଏବଂ ଲୋକହିତକାରୀ ବ୍ୟକ୍ତି ଭାବେ ଅଜିମ୍ ପ୍ରେମଜୀଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି ।
from Odisha Reporter https://ift.tt/2UwConS
No comments:
Post a Comment