ପ୍ରଥମ ମ୍ୟାଚର ପ୍ରାପ୍ୟ ସହିଦଙ୍କ ପରିବାରକୁ ଦେବ ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ପ୍ରଥମ ମ୍ୟାଚର ପ୍ରାପ୍ୟ ସହିଦଙ୍କ ପରିବାରକୁ ଦେବ ଚେନ୍ନାଇ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ ଆଇପିଏଲର ଦ୍ୱାଦଶ ସିଜନରେ ତା’ର ପ୍ରଥମ ଘରୋଇ ମ୍ୟାଚରୁ ହେବାକୁଥିବା ଆୟକୁ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପରିବାରକୁ ସହାୟତା କରିବା ପାଇଁ ନିଷ୍ପତ୍ତି ନେଇଛି। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜେ ଏହି ଚେକ୍ ପ୍ରଦାନ କରିବେ। ଆଇପିଏଲର ଚଳିତ ସିଜନ୍ ଶନିବାରଠାରୁ ଆରମ୍ଭ ହେବ।

ସିଜନର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ରାତି ୮ଟାରେ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ସିଏସକେର ନିର୍ଦ୍ଦେଶକ ରାକେଶ ସିଂହ କହିଛନ୍ତି, ଏହି ମ୍ୟାଚ୍ରୁ ହେବାକୁ ଥିବା ଆୟ ୧୪ ଫେବୃଆରୀରେ ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପରିବାରକୁ ପ୍ରଦାନ କରାଯିବ। ଭାରତୀୟ ଟେରିଟୋରିୟାଲ ଆର୍ମିରେ ଲେଫ୍ଟନାଣ୍ଟ କର୍ନେଲ ଥିବା ଧୋନି ଚେକ୍ ପ୍ରଦାନ କରିବେ। ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ମାତ୍ର କେଇ ଘଣ୍ଟା ମଧ୍ୟରେ ଶେଷ ହୋଇଯାଇଥିଲା।



from Odisha Reporter https://ift.tt/2UO9gbE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages