ପାକ୍‌ର ବଦମାସି, ଏପଟେ ଅସ୍ତ୍ରବିରତି ଉଲ୍ଲଙ୍ଘନ ସେପଟେ ଗ୍ରେନେଡ୍‌ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ପାକ୍‌ର ବଦମାସି, ଏପଟେ ଅସ୍ତ୍ରବିରତି ଉଲ୍ଲଙ୍ଘନ ସେପଟେ ଗ୍ରେନେଡ୍‌ ମାଡ଼

ଶ୍ରୀନଗର: ଶାନ୍ତିର କଥା କହୁଥିବା ପାକିସ୍ତାନ ଆଜି ପୁଣିଥରେ ସୀମା ଲଙ୍ଘିଛି। ଜମ୍ମୁ-କଶ୍ମୀରରେ ଗୋଟିଏ ପଟେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ବେଳେ ଅନ୍ୟପଟେ ପାକ୍‌ ପ୍ରାୟୋଜିତ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍‌ ମାଡ଼ କରିଛନ୍ତି।

ପାକ୍‌ ଗୁଳିମାଡ଼ରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଆତଙ୍କୀଙ୍କ ଗ୍ରେନେଡ୍‌ ମାଡ଼ରେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଦୁଇଟି ଯାକ ଘଟଣାରେ ସୁରକ୍ଷାକର୍ମୀମାନେ ଦୃଢ଼ ଜବାବ ଦେଇଛନ୍ତି।

ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକ୍‌ ସେନା ସ୍ୱୟଂଚାଳିତ ବନ୍ଧୁକ ଓ ମୋର୍ଟାର ମାଡ଼ କରିଥିଲା। ନିୟନ୍ତ୍ରଣ ରେଖା ନିକଟରେ ଥିବା ସେନା ଆଉଟ୍‌ ପୋଷ୍ଟକୁ ପାକ୍‌ ସେନା ଟାର୍ଗେଟ କରିଥିଲା। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା।

ଦୀର୍ଘ ସମୟଧରି ଚାଲିଥିବା ଗୁଳି ବିନିମୟରେ ରାଇଫଲ୍‌ମ୍ୟାନ୍‌ ୨୪ ବର୍ଷୀୟ ୟଶ ପଲ୍‌ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ହସ୍ପିଟାଲ୍‌ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ପାକ୍‌ ପକ୍ଷରୁ ସୁନ୍ଦରବେନୀ ସେକ୍ଟର ସ୍ଥିତ କେରି ବେଲ୍ଟରେ ଏଭଳି ଗୁଳିମାଡ଼ କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାର କିଛି ସମୟ ପରେ ସୋପୋର ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ପୁଲିସ୍‌ ପାର୍ଟିକୁ ଟାର୍ଗେଟ କରି ଗ୍ରେନେଡ୍‌ ମାଡ଼ କରିଛନ୍ତି। ଏଥିରେ ୩ ଜଣ ପୁଲିସ୍‌କର୍ମୀ ଆହତ ହୋଇଛନ୍ତି।

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେଶନ ଚାଲିଥିବା ବେଳେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଥିଲେ। ଗ୍ରେନେଡ୍‌ ମାଡ଼ ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାଡ଼ିଛି। ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚଅପରେଶନ ଜାରି ରହିଛି।



from Odisha Reporter https://ift.tt/2CwNP7R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages