ରାଜନୀତି, ଶାସନ, ବ୍ୟବସ୍ଥା ଓ ଚଳଚ୍ଚିତ୍ର ସଂପର୍କରେ ଦିବସବ୍ୟାପୀ ମାନସମନ୍ଥନ, ସାମିଲ୍ ହେଲେ ଦେଶ ଓ ରାଜ୍ୟର ବିଖ୍ୟାତ ବ୍ୟକ୍ତିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ରାଜନୀତି, ଶାସନ, ବ୍ୟବସ୍ଥା ଓ ଚଳଚ୍ଚିତ୍ର ସଂପର୍କରେ ଦିବସବ୍ୟାପୀ ମାନସମନ୍ଥନ, ସାମିଲ୍ ହେଲେ ଦେଶ ଓ ରାଜ୍ୟର ବିଖ୍ୟାତ ବ୍ୟକ୍ତିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁଷ୍ଠିତ ହୋଇଯାଇଛି ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ୍ ‘ଓଟିଭି’ର ବାର୍ଷିକ ଚିନ୍ତନ ଅଧିବେଶନ ‘ଫୋର୍‌ସାଇଟ୍ ୨୦୧୯’ର ନବମ ସଂସ୍କରଣ। ‘ଓଟିଭି’ର ମ୍ୟାନେଜିଂ ଡିରେକ୍ଟର ଶ୍ରୀମତୀ ଜଗି ମଙ୍ଗତ ପଣ୍ଡାଙ୍କ ସଂକ୍ଷିପ୍ତ ସ୍ୱାଗତ ଭାଷଣ ପରେ, ସୁପ୍ରିକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଶ୍ରୀଯୁକ୍ତ ଦୀପକ ମିଶ୍ର ଦେଇଥିଲେ କି-ନୋଟ୍ ଆଡ୍ରେସ୍। ପ୍ରସଙ୍ଗ ଥିଲା- ଦି କନ୍‌ଷ୍ଟିଚ୍ୟୁସନାଲ ପର୍‌ସ୍ପେକ୍ଟିଭ୍ ଅଫ୍ ସୋସିଆଲ୍ ଜଷ୍ଟିସ୍, ଏମ୍ପାୱାର୍‌ମେଣ୍ଟ ଅଫ୍ ଦି ପାୱାରଲେସ୍।

ସମ୍ବିଧାନ ଓ ସୁପ୍ରମକୋର୍ଟର ବହୁ ଧାରାର ଉଦାହରଣ ଦେଇ ଜଷ୍ଟିସ୍ ମିଶ୍ର କହିଥିଲେ ଯେ, ସାଧାରଣ ନାଗରିକଙ୍କୁ ଶକ୍ତିଶାଳୀ କରିବାକୁ ଏ ଦେଶ ସବୁପ୍ରକାର ବ୍ୟବସ୍ଥା କରିଛି। ସାମାଜିକ ଅଧିକାର ଅଧୀନରେ ସବୁକିଛି ରହିଛି। ଖାଦ୍ୟର ଅଧିକାର, ପାଠ ପଢ଼ିବାର ଅଧିକାର, ବ୍ୟକ୍ତିଗତ ଅଧିକାର, ଏମିତି ସବୁକିଛି ଏ ସମ୍ବିଧାନ ପ୍ରତି ନାଗରିକକୁ ଦେଇଛି। ଏପରିକି ନିର୍ବାଚନରେ ‘ନୋଟା’ ବା ନିଜ ପ୍ରାର୍ଥୀଙ୍କୁ ନାପସନ୍ଦ କରିବାର ଅଧିକାର ମଧ୍ୟ ମିଳିଛି। ପ୍ରତି ନାଗରିକର ତା ରାଜନୈତିକ ପ୍ରତିନିଧି ସଂପର୍କରେ ଜାଣିବାର ଅଧିକାର ଅଛି। ତେଣୁ ପ୍ରତି ରାଜନୈତିକ ଦଳ ତା ନିଜ ପ୍ରାର୍ଥୀଙ୍କ ବିଷୟରେ ଗଣମାଧ୍ୟମରେ ପ୍ରକାଶ କରିବା ଆବଶ୍ୟକ। ସ୍ତ୍ରୀ ପୁରୁଷଙ୍କ ଭିତରେ କେବେବି ଫରକ ନଥିଲା କି ନାହିଁ। ସମ୍ବିଧାନ ସମସ୍ତଙ୍କୁ ଗୋଟିଏ ଦୃଷ୍ଟିରେ ଦେଖେ। ସ୍ତ୍ରୀ ଲୋକ ଘରେ ରହିଲେ ବି ଶ୍ରମ ବ୍ୟବସ୍ଥାରେ ତାଙ୍କର ମଧ୍ୟ ସମାନ ଅଧିକାର ରହିଛି। ଜଣକ ସମ୍ମାନ ରକ୍ଷା ମଧ୍ୟ ଏକ ସାମାଜିକ ଅଧିକାର ଭିତରେ ଯାଏ। ବହୁଚର୍ଚ୍ଚିତ ‘ପଦ୍ମାବତ୍’ ଫିଲ୍ମ ସଂପର୍କରେ ବିଚାର ସେ କେଉଁ ଚିନ୍ତାଧାରାରେ କରିଥିଲେ, ଜଷ୍ଟିସ୍ ଶ୍ରୀଯୁକ୍ତ ମିଶ୍ର ସେ ସଂପର୍କରେ ଉଲ୍ଲେଖ କରିଥିଲେ। ଶେଷରେ ଓଟିଭିର ମ୍ୟାନେଜିଂ ଡିରେକ୍ଟର ଶ୍ରୀମତୀ ଜଗି ମଙ୍ଗତ ପଣ୍ଡା ଜଷ୍ଚିସ୍ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଦ୍ୱିତୀୟ ଅଧିବେଶ: ସ୍ପିକିଂ ଟ୍ରୁଥ୍ ଟୁ ପାୱାର୍ (‍କ୍ଷମତାକୁ ସତ କହିବାର କ୍ଷମତା)

ଏହି ଅଧିବେଶନର ଆଲୋଚକ ଥିଲେ ‘ସ୍ୱରାଜ୍ୟ’ର କନ୍‌ସଲ୍ଟିଂ ଏଡିଟର ଆନନ୍ଦ ରଙ୍ଗନାଥନ୍ ଏବଂ ‘ଆଉଟ୍‌ଲୁକ୍ ଇଣ୍ଡିଆ’ର ଏଡିଟର ରୁବେନ୍ ବାନର୍ଜୀ। ରୁବେନ୍ କହିଥିଲେ, ଜଣେ ସାମ୍ବାଦିକ ପାଇଁ ସବୁବେଳେ କ୍ଷମତାକୁ ସତ କହିବାର ଆନନ୍ଦ ଉପଭୋଗ କରିବା ଉଚିତ। ଆମ ଦେଶରେ ଏବେ ସାମ୍ବାଦିକ ସତ କହି କିପରି ନିର୍ଯାତନାର ଶିକାର ହେଉଛନ୍ତି ସେ ସଂପର୍କରେ ଉଲ୍ଲେଖ କରିଥିଲେ। ଜବାହରଲାଲ ନେହରୁ ନିଜ ସଂପର୍କରେ ପରିବେଷିକ କାର୍ଟୁନ୍ ପାଇଁ ବ୍ୟଙ୍ଗ ଚିତ୍ରକର ଆର୍.କେ. ଲକ୍ଷ୍ମଣଙ୍କୁ ବଧେଇ ଦେଉଥିଲେ। ଏବେ ସିଟିଜେନ୍‌ପିସ୍ ରାଇଟ୍ ବା ନାଗରିକ ଅଧିକାର ସଂପର୍କରେ ଖବର ପ୍ରସାରଣ କରି ପୂର୍ବାଞ୍ଚଳରେ କେମିତି ସାମ୍ବାଦିକମାନେ ହଇରାଣ ହେଉଛନ୍ତି ସେ ସଂପର୍କରେ କହିଥିଲେ। ଆନନ୍ଦ ରଙ୍ଗନାଥନ କହିଥିଲେ- ବାସ୍ତବରେ ଛୋଟ ଛୋଟ ଜାଗାରେ କାମ କରୁଥିବା ସାମ୍ବାଦିକମାନେ ହିଁ ବେଶୀ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ଅଧିବେଶନ ଶେଷରେ ଓଟିଭିର ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର ଉଭୟ ରୁବେନ୍ ବାନର୍ଜୀ ଓ ଆନନ୍ଦ ରଙ୍ଗନାଥନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ତୃତୀୟ ଅଧିବେଶ: ଇନ୍‌କ୍ଲୁସିଭ୍ ଗଭେଣ୍ଟ ଅର୍ ମେଜୋରିଟାରିଆନ୍ ପରିଟିକ୍ସ (ମହାଗଠବନ୍ଧନ ବା ଆଞ୍ଚଳିକ ଦଳଗୁଡ଼ିକ ଏକ ଭଲ ସରକାର ଓ ସ୍ଥିର ସରକାର ଦେଇପାରିବେ କି)

ଏହି ଅଧିବେଶନର ଆଲୋଚକ ଥିଲେ ‘ଗୋ-ନ୍ୟୁଜ୍‌’ର ଏଡିଟର-ଇନ୍-ଚିଫ୍ ପଙ୍କଜ ପଚୋରି, ‘ନ୍ୟୁଜ୍-ଏକ୍ସ’ର ବରିଷ୍ଠ କାର୍ଯ୍ୟନିର୍ବାହୀ ସମ୍ପାଦକ ପ୍ରିୟା ପାୟଲ ଏବଂ ‘ଦି ହିନ୍ଦୁ ସେଣ୍ଟର ଫର୍ ପଲିଟିକ୍ସ ଆଣ୍ଡ ପବ୍ଲିକ୍ ପଲିସି’ର ସିନିଅର୍ ଫଲୋ ସ୍ମିତା ଗୁପ୍ତା। ଏହି ଅଧିବେଶନର ମଡରେଟର ଥିଲେ ‘ହିନ୍ଦୁସ୍ତାନ ଟାଇମ୍ସ’ର ପୂର୍ବତନ ଏଡିଟର ଆଟ୍ ଲାର୍ଜ ରାଜେଶ ମହାପାତ୍ର।

ଏହି ଅଧିବେଶନର ପ୍ରାୟ ଅଧିକାଂଶ ବକ୍ତାଙ୍କର ମତ ଥିଲା, ଆଗାମୀ ନିର୍ବାଚନରେ ଆଞ୍ଚଳିକ ଦଳଗୁଡିକର ଗୁରୁତ୍ୱ ବଢ଼ିବ। ପଙ୍କଜ ପଚୋରୀଙ୍କର କହିବା କଥା ହେଲା, ଏବେ ଜାତୀୟ ଦଳଗୁଡ଼ିର ଅବସ୍ଥା ଯାହା ସେମାନେ ସବୁଠି କ୍ଷମତାକୁ ଫେରିବା ସମ୍ଭବ ନୁହେଁ। ଅଧିକାଂଶ ସମୟରେ ସେମାନେ ମଧ୍ୟ ରାଜ୍ୟଗୁଡ଼ିକର ସମସ୍ୟା ବୁଝିବାରେ ସଫଳ ହୋଇପାରି ନାହାଁନ୍ତି। ସେହିପରି ପ୍ରିୟା ସେହଗାଲ କହିଥିଲେ, ପୂର୍ବରୁ ଭାରତୀୟ ରାଜନୀତିରେ ଗଠବନ୍ଧନ ସରକାର ସଫଳ ହୋଇଛି। ତେଣୁ ମିଳିତ ସରକାର ପ୍ରତି ଏତେ ନିରାଶ ଦୃଷ୍ଟରେ ଦେଖାଯିବା ଅନାବଶ୍ୟକ।  ସେହିପରି ସ୍ମିତା ଗୁପ୍ତା କହିଥିଲେ, ଏବେ ସାରାଦେଶ ପ୍ରି-ପୁଲୱାମା ଓ ପୋଷ୍ଟ-ପୁଲୱାମା, ଏହିପରି ଦୁଇଭାଗରେ ବିଭକ୍ତ ହୋଇଛି। ଏବେ ପରିସ୍ଥିତି କିଛିଟା ଅଲଗା। ସେହିପରି ପଙ୍କଜ ପଚୋରି କହିଥିଲେ, ଓଡ଼ିଶାରେ ଏବେ ନୂଆ ନେତୃତ୍ୱ ଆଗକୁ ଆସିବା ଉଚିତ। ଅଧିବେଶନ ଶେଷରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓଡିଶା ଟେଲିଭିଜନ ଲିଃର ଦୁଇ ସିଏଫ୍‌ଓ ମନୋରଂଜନ ଷଡ଼ଙ୍ଗୀ ଓ ସିଓଓ ନିହାର ରଂଜନ ଭୂୟାଁ।

ଚତୁର୍ଥ ଅଧିବେଶ: ଦି ଇଲେକ୍ଟେଡ୍ ଭର୍ସସ୍ ଦି ଏକ୍ସପର୍ଟସ

ଏହି ଅଧିବେଶନର ଅତିଥି ଥିଲେ ‘ସେଣ୍ଟର ଫର୍ ପଲିସି ଆଣ୍ଡ ରିସର୍ଚ୍ଚ’ର ପ୍ରେସିଡେଣ୍ଟ ଓ ସିଛ୍ ଏକ୍‌ଜିକ୍ୟୁଟିଭ୍ ୟାମିନି ଆୟର ଏବଂ ଓଡ଼ିଶାର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରିୟବ୍ରତ ପଟ୍ଟନାୟକ। ଏହି ଅଧିବେଶନର ମଡରେଟର ଥିଲେ ହିନ୍ଦୁସ୍ତାନ ଟାଇମ୍ସର ପୂର୍ବତନ ଏଡିଟର ଆଟ୍ ଲାର୍ଜ ରାଜେଶ ମହାପାତ୍ର।

ୟାମିନି ଆୟର କହିଥିଲେ ଯେ, ଅମଲାମାନେ ନେତାଙ୍କର ମୁଖପାତ୍ର ହେବା ଉଚିତ କି। ଏବେ ଦେଖାଯାଇଛି ନେତାଙ୍କଠାରୁ ଅମଲା ମାନେ ବେଶୀ ପରିମାଣରେ ଟିଭିରେ ଆସୁଛନ୍ତି। ଲୋକଙ୍କୁ ନେତାମାନେ ଉତ୍ତର ଦେଉନାହାଁନ୍ତି, ଦେଉଛନ୍ତି ଅଫିସରମାନେ। ସେହିପରି ପ୍ରିୟବ୍ରତ ପଟ୍ଟନାୟକ କହିଥିଲେ ଯେ, ଉଭୟ ନେତା ଓ ଅମଲାଙ୍କର ନିଜର ନିଜର ଲକ୍ଷ୍ମଣରେଖା ଅଛି। ସେମାନେ ତାକୁ ମାନିବା ଉଚିତ। ଉଭୟ ଉଭୟଙ୍କ ପାଇଁ ଅପରିହାର୍ଯ୍ୟ। ସେ ଓଡ଼ିଶାର ଉଦାହରଣ ଦେଇ କହିଥିଲେ ଯେ, ସମ୍ବିଧାନ ଆମକୁ ଯାହା ଦେଇଛି ତାକୁ ଭୁଲିଯିବା ଅନୁଚିତ। ନେତାମାନେ ଅପାରଗ ହେଲେ ଆଇଏଏସ୍ ଅଫିସରମାନେ ଏହାର ଫାଇଦା ନିଅନ୍ତି। ତେବେ ବ୍ୟୁରୋକ୍ରାଟ୍ ମାନେ ସରକାରର ମାଉଥ୍ ପିସ୍ ହେଇଗଲେ ସମସ୍ୟା ବଢ଼ିଯାଏ। ସେ କହିଥିଲେ ଯେ, ପ୍ରଶାସନିକ ଅଧିକାରୀ ନିଜ ଭିତରର ଅହଂକାର ଛାଡ଼ି ଲୋକଙ୍କ ପାଖକୁ ଯିବା ଉଚିତ। ଅଧିବେଶନ ଶେଷରେ ଏମାନେ ଉପସ୍ଥିତ ଲୋକମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ।

ପଞ୍ଚମ ଅଧିବେଶ: ଓଡ଼ିଶାରେ ଏକ ନୂଆ ରାଜନୈତିକ ଦଳ ଗଠନ ପାଇଁ ଏହା ପ୍ରକୃଷ୍ଟ ସମୟ କି?

ଏହି ଅଧିବେଶନର ଆଲୋଚକ ଥିଲେ ବରିଷ୍ଠ ରାଜନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ, ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଉତ୍କଳ ଭାରତ ପାର୍ଟିର ପ୍ରତିଷ୍ଠାତା ଐର ଖାଳବେଳ ସ୍ୱାଇଁ ଓ ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ସଭ୍ୟ ବ୍ରଜକିଶୋର ତ୍ରିପାଠୀ। ଏହି ଅଧିବେଶନର ମଡରେଟର ଥିଲେ ଓଟିଭିର ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର।

ଦାମୋଦର ରାଉତ କହିଥିଲେ- ଓଡ଼ିଶାରେ ରାଜନୈତିର ପରିସ୍ଥିତି ବିଚିତ୍ର ଦିଗରେ ଗତି କରିଛି। ଗୋଟିଏ ସରକାର ଦ୍ୱାରା ଶାସନ ବ୍ୟବସ୍ଥା ସ୍ଥାଣୁତା ଆଡ଼କୁ ଗତି କଲାଣି। ଏଭଳି ପରିସ୍ଥିତିରେ ଓଡ଼ିଶାରେ ଆଉଗୋଟିଏ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି।

ବ୍ରଜକିଶୋର ତ୍ରିପାଠୀ କହିଥିଲେ- ଭାରତୀୟ ରାଜନୀତିରେ ମେଣ୍ଟ ରାଜନୀତିର ଇତିହାସ ବହୁତ ପୁରୁଣା। ବିଗତ ଦିନରେ ଅନେକଥର ଉଭୟ କେନ୍ଦ୍ରରେ ଓ ରାଜ୍ୟରେ ମିଳିତ ସରକାର ହୋଇଛି ଓ ସଫଳତା ମଧ୍ୟ ପାଇଛି। ଜାତୀୟ ଦଳଗୁଡ଼ିକ ସବୁବେଳେ ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତିନି। ଓଡ଼ିଶା ପରିପ୍ରେକ୍ଷୀରେ ସେ କହିଥିଲେ, ଏଠି ମଧ୍ୟ ମେଣ୍ଟ ସରକାର ଗଠନ ଏବେକାର ଆହ୍ୱାନ। ଓଡ଼ିଶାରେ ଥିବା ସରକାର ଏକ ଆଞ୍ଚଳିକ ଦଳ ଦ୍ୱାରା ପରିଚାଳିତ। କିନ୍ତୁ ଏହା ଓଡ଼ିଶାର ସ୍ୱାର୍ଥରକ୍ଷାରେ ସଫଳ ହୋଇନାହିଁ। ତେଣୁ ଓଡ଼ିଶାରେ ଏକ ରାଜନୈତିକ ମେଣ୍ଟର ଆବଶ୍ୟକତା ରହିଛି, ଯାହା ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେବ।

ଐର ଖାରବେଳ ସ୍ୱାଇଁ କହିଲେ- ମିଳିତ ସରକାରର ସମସ୍ୟା ହେଲା, ଯେଉଁମାନେ ମିଶୁଛନ୍ତି ସେମାନେ ଚାହୁଁଛନ୍ତି ମୋ ନେତୃତ୍ୱରେ ଏହା ଚାଲୁ। କିନ୍ତୁ ଓଡ଼ିଶାରେ ଆଉଏକ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି। ସୁଶାସନ ହେଲା କୌଣସି ରାଷ୍ଟ୍ରର ମୂଳମନ୍ତ୍ର। ଏହାକୁ କେବଳ ଦେଇପାରିବ ଏକ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ। ଓଡ଼ିଶାରେ ଯେଉଁ ଶାସନ ଚାଲିଛି ତାହା ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଉନି। କୃଷି ଉତ୍ପାଦନ ଓ ଶିକ୍ଷାର ବିକାଶ କେମିତି ବଢ଼ିବ ସେଥିପାଇଁ ପ୍ରୟାସ ନାହିଁ। ଏଠି ମଧ୍ୟବିତ୍ତ ହିଁ ଠିକ୍ କରିବେ କାହାକୁ ଭୋଟ୍ ଦେବେ। ମଦ ଓ ଟଙ୍କା ବାଣ୍ଟୁଥିବା ଲୋକକୁ ଭୋଟ୍ ଦିଆଯିବା ଦରକାର କି ନୁହେଁ ତାହା ସେମାନେ ବିଚାର କରନ୍ତୁ।

ସେହିପରି ଶ୍ରୀକାନ୍ତ ଜେନା କହିଥିଲେ- ଆମେ ଜାତୀୟ ଓ ଆଞ୍ଚଳିକ କହି କୌଣସି ରାଜନୈତିକ ଦଳକୁ ଭାଗ କରିବା ଅନୁଚିତ। ପୃଥିବୀର କିଛି ପ୍ରଭାବଶାଳୀ ଦେଶରେ ଦୁଇପାର୍ଟି ବ୍ୟବସ୍ଥା ରହିଛି। କିନ୍ତୁ ଏଠି ବହୁଦଳ ରହିଛି। ଓଡ଼ିଶାର ରାଜନୈତିକ ଇତିହାସ ବହୁ ଆଞ୍ଚଳିକ ଦଳ ଦେଖିଆସିଛି। ଦେଶବ୍ୟାପୀ ଜାତୀୟ ଦଳର ସଫଳତା ସତ୍ୱେ ଏଠି ଆଞ୍ଚଳିକ ଦଳ ଭଲ ପ୍ରଦର୍ଶନ କରିଥିଲା। ଓଡ଼ିଶାରେ ବିଜେଡି ଉଭୟ କଂଗ୍ରେସ ଓ ବିଜେପି ସହ ଏକ ସୁରକ୍ଷିତ ଶାସନ କରୁଛି। ତେଣୁ ଏକ ସାମାଜିକ ବିପ୍ଳବ ବ୍ୟତୀତ ଏଠି ପରିବର୍ତ୍ତନ ସମ୍ଭବ ନୁହେଁ।

ଷଷ୍ଠ ଅଧିବେଶ: ବଲିଉଡ୍ ଆଣ୍ଡ ସୋସିଆଲ୍ ମାଣ୍ଡେଟ୍

ଏହି ଅଧିବେଶନର ଆଲୋଚକ ଥିଲେ ବଲିଉଡ୍‌ର ଚର୍ଚ୍ଚିତ ଚିତ୍ର ନିର୍ଦ୍ଦେଶକ ମଧୁର ଭଣ୍ଡାରକର। ତାଙ୍କ ସହ ଆଲୋଚନା କରିଥିଲେ ଓଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଏଲିନା ସାମନ୍ତରାୟ। ଶ୍ରୀ ଭଣ୍ଡାରକର ସବୁବେଳେ କାହିଁକି ଚର୍ଚ୍ଚିତ ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରନ୍ତି ସେ ବିଷୟରେ କହିଥିଲେ। ସବୁଥିଲେ ସେ ସାମାଜିକ ବାର୍ତ୍ତା ରଖିବାକୁ ଚାହାଁନ୍ତି। କିନ୍ତୁ ଫିଲ୍ମ ନିଶ୍ଚିତ ଭାବରେ ଟିକେ ସମର୍ସିଆଲ୍ ଟଚ୍ ରହିବା ଜରୁରି। ନହେଲେ ଏହାକୁ ଦର୍ଶକ ଦେଖିବା ନାହିଁ। କାରଣ ଏତେ ଟଙ୍କା ଖର୍ଚ୍ଚରେ ଚଳଚ୍ଚିତ୍ର ନିର୍ମାଣ ହେଲେ ତାହା ତ ପୁଣି ଉଠିବା ଦରକାର। ନିର୍ଦ୍ଦେଶକମାନେ କେମିତି ତାଙ୍କ ପ୍ରଡ୍ୟୁସରମାନଙ୍କୁ ବୁଝେଇ ଫିଲ୍ମ କରନ୍ତି ସେ ସଂପର୍କରେ ଶ୍ରୀ ଭଣ୍ଡାରକର କହିଥିଲେ।



from Odisha Reporter https://ift.tt/2tLak4c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages