
ଶୋପିଆନ୍: ଜମ୍ମୁ-କଶ୍ମୀରର ଶୋପିଆନ୍ ସ୍ଥିତ ସେନା କ୍ୟାମ୍ପରେ ଆଜି ସନ୍ଧ୍ୟାରେ ଆତଙ୍କବାଦୀମାନେ ହମ୍ଲା କରିଥିବା ଜଣାପଡ଼ିଛି। କ୍ୟାମ୍ପ ମଧ୍ୟରେ ପ୍ରବଳ ଗୁଳି ବିନିୟମର ଶବ୍ଦ ଶୁଣିବାକୁ ମିଳିଛି। ତେବେ ଏଯାଏ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।
ଆଜି ସନ୍ଧ୍ୟାରେ ଇମାମଶାହିବ ତହସିଲ ନିକଟ ନାଗବଲ ଗାଁରେ କିଛି ସନ୍ଦିଗ୍ଧ ଗତିବିଧି ଉପରେ ସେନା କର୍ମଚାରୀଙ୍କ ନଜର ପଡ଼ିଥିଲା। ଏହାପରେ ଏଠାରେ ଥିବା ୪୪ ରାଷ୍ଟ୍ରୀୟ ରାଇଫଲର ଡାଚ୍ଚୋ କ୍ୟାମ୍ପର ଜଗୁଆଳିଙ୍କ ଉପରକୁ ଆତଙ୍କୀମାନେ ଗୁଳି ଚଳାଇଥିଲେ। ଯବାନଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଶେଷ ଖବର ସୁଦ୍ଧା ଗୁଳି ବିନିମୟ ଜାରି ରହିଛି।
ଗୋଟିଏ ପଟେ ଭାରତ-ପାକ୍ ମଧ୍ୟରେ ପୁଲୱାମା ଆତଙ୍କୀ ହମ୍ଲାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ସେନା କ୍ୟାମ୍ପ ଉପରେ ଏଭଳି ଆତଙ୍କୀ ହମ୍ଲା ହୋଇଛି।
from Odisha Reporter https://ift.tt/2NDwgaP
No comments:
Post a Comment