କଂଗ୍ରେସ ପ୍ରାର୍ଥୀଙ୍କୁ ମାସୁଦ ଆଝାରର ଜ୍ୱାଇଁ କହିଲେ ଯୋଗୀ ଆଦିତ୍ୟନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

କଂଗ୍ରେସ ପ୍ରାର୍ଥୀଙ୍କୁ ମାସୁଦ ଆଝାରର ଜ୍ୱାଇଁ କହିଲେ ଯୋଗୀ ଆଦିତ୍ୟନାଥ

ଶାହାରନ୍‌ପୁର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ବାକ୍‌ଯୁଦ୍ଧ ସେତିକି ତୀବ୍ର ଓ କଟୁ ହେବାରେ ଲାଗିଛି। କିଛି ରାଜନେତା ପ୍ରତିପକ୍ଷଙ୍କୁ ସମାଲୋଚନା କରିବାକୁ ଯାଇ ସୀମା ଡେଇଁ ଯାଉଥିବା ଦେଖିବାକୁ ମିଳିଛି।

ଏହିକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ପ୍ରାର୍ଥୀଙ୍କୁ ସମାଲୋଚନା କରିବାକୁ ଯାଇ ଆତଙ୍କବାଦୀ ମାସୁଦ ଆଝାରର ସମ୍ପର୍କୀୟ ବୋଲି କହିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, ଶାହାରନପୁରରେ ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ଇମ୍ରାନ୍‌ ମାସୁଦ ହେଉଛନ୍ତି ମାସୁଦ ଆଝାରର ଜ୍ୱାଇଁ।

ଏକ ରାଜନୀତିକ ସଭାରେ ଭାଷଣ ଦେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି,“ ବିରୋଧୀ ଦଳଗୁଡ଼ିକ ଆତଙ୍କବାଦୀଙ୍କୁ ବିରିୟାନୀ ଦେଉଥିବା ବେଳେ ମୋଦି ସରକାର ସେମାନଙ୍କୁ ଗୁଳି କରୁଛନ୍ତି। ବିରୋଧୀ ଦଳ ଏହି ଶାହାରନପୁରରେ ମାସୁଦ ଆଝାରର ଜ୍ୱାଇଁଙ୍କୁ ପ୍ରାର୍ଥୀ କରିଛନ୍ତି। ଆପଣମାନେ ଚିନ୍ତା କରନ୍ତୁ, ଶାହାରନପୁରରେ କିଏ ଜିତିବା ଦରକାର?

ଯିଏ ମାସୁଦ ଆଝାର କଥା କହୁଛି ସିଏ ଜିତିବା ଦରକାର ନା ମୋଦିଜୀଙ୍କ ଭଳି ଦେଶର ସେବା କରୁଥିବା ଜଣେ ସୈନିକ ଜିତିବା ଉଚିତ? ଆପଣମାନେ ସମସ୍ତେ ଓସାମା ବିନ୍‌ ଲାଡେନ୍‌ ସହ କ’ଣ ହୋଇଥିଲା, ସେକଥା ଶୁଣିଥିବେ। ଏବେ ମାସୁଦ ଆଝାର ସହ ସେମିତି ହେବ। ମାସୁଦକୁ ନିଶ୍ଚିତ ଭାବେ ହତ୍ୟା କରାଯିବ। ବିଜେପି ସର୍ବଦା ଦେଶକୁ ଗୁରୁତ୍ୱ ଦେଉଛି। ତେଣୁ ଏଠାରେ ଦେଶଦ୍ରୋହୀଙ୍କ ସ୍ଥାନ ନାହିଁ।”



from Odisha Reporter https://ift.tt/2TvjKLF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages