ସୀମା ଡେଇଁ ମୋଦିଙ୍କ ସପକ୍ଷରେ ପ୍ରଚାର କଲେ ରାଜସ୍ଥାନ ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ସୀମା ଡେଇଁ ମୋଦିଙ୍କ ସପକ୍ଷରେ ପ୍ରଚାର କଲେ ରାଜସ୍ଥାନ ରାଜ୍ୟପାଳ

ଜୟପୁର: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜର ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ଭୁଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ପାଇଁ ପ୍ରଚାର କରି ନୂଆ ବିବାଦ ସୃଷ୍ଟି କରିଛନ୍ତି। ସେ ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହି ସମସ୍ତଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟପାଳ ଶ୍ରୀ ସିଂହ କହିଛନ୍ତି, “ଆମେ ସମସ୍ତେ ବିଜେପି କର୍ମକର୍ତ୍ତା। ଆମେ ଏଥର ବିଜେପି ପୁଣି ଜିତୁ ବୋଲି ଚାହୁଁଛୁ। ପୁଣିଥରେ ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ମୋଦି ପ୍ରଧାନମନ୍ତ୍ରୀ ହେବା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ।”

ଭାରତର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟପାଳ ସଦା ସର୍ବଦା ଦଳୀୟ ରାଜନୀତିର ଊର୍ଦ୍ଧ୍ଵରେ ରହିବା ଦରକାର। ସେ ଯେକୌଣସି ଦଳର ହୋଇଥିଲେ ହେଁ କେବେ ହେଲେ ରାଜ୍ୟପାଳ ପଦବୀରେ ଥିବା ବେଳେ ରାଜନୀତିକ ବୟାନବାଜି ବା ରାଜନୀତିକ ଦଳର ପ୍ରଚାର କରିପାରିବେ ନାହିଁ। କିନ୍ତୁ କଲ୍ୟାଣ ସିଂହ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଖୋଲାଖୋଲି ମୋଦିଙ୍କ ପ୍ରଚାର କରିବାକୁ ପଛାଇ ନାହାନ୍ତି।



from Odisha Reporter https://ift.tt/2YmOX7j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages