
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମେଣ୍ଟ କରିଥିବା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍ପି)ରେ ଆଜି ଆର୍ଏଲ୍ଡି ସାମିଲ ହୋଇଛି।
ଆର୍ଏଲ୍ଡି ମେଣ୍ଟରେ ସାମିଲ ହେବା ପରେ ମେଣ୍ଟ ପକ୍ଷରୁ ଉକ୍ତ ଦଳକୁ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ୩ଟି ମିଳିଛି। ସେହିପରି ଆଜି ଏସମ୍ପର୍କରେ ଘୋଷଣା କରିବା ପରେ ଉତ୍ତର ପ୍ରଦେଶ ମହାମେଣ୍ଟରେ କଂଗ୍ରେସ ମଧ୍ୟ ରହିଥିବା ଅଖିଲେଶ ଯାଦବ କହିଛନ୍ତି।
ଆଜି ଅଖିଲେଶ ଯାଦବ ଆରଏଲ୍ଡି ନେତା ଜୟନ୍ତ ଚୌଧୁରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଆରଏଲ୍ଡି ଉତ୍ତର ପ୍ରଦେଶର ମଥୁରା, ବାଗପତ ଓ ମୁଜାଫରନଗର ଆସନରେ ପ୍ରାର୍ଥୀ ଦେବ।
ତେବେ ଆମ ମହାମେଣ୍ଟରେ କଂଗ୍ରେସ ମଧ୍ୟ ଏକ ଅଂଶ ହୋଇ ରହିଛି। ଆମେ କଂଗ୍ରେସ ପାଇଁ ୨ଟି ଆସନ(ଆମେଥି ଓ ରାଏବରେଲୀ) ଛାଡ଼ିଛୁ। ମହାମେଣ୍ଟର ଦଳମାନେ ଉତ୍ତର ପ୍ରଦେଶର ୮୦ଟି ଯାକ ଆସନରେ ବିଜେପିକୁ ହରାଇବା ପାଇଁ ଲଢ଼େଇ କରିବେ।”
from Odisha Reporter https://ift.tt/2tPYs0X
No comments:
Post a Comment