ଏବେ ଆତଙ୍କୀ ହମ୍‌ଲା ହେଲେ ‘ଆର୍‌ ପାର୍‌ର ଲଢ଼େଇ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଏବେ ଆତଙ୍କୀ ହମ୍‌ଲା ହେଲେ ‘ଆର୍‌ ପାର୍‌ର ଲଢ଼େଇ’

ନୂଆଦିଲ୍ଲୀ: ଭାରତରେ ଯଦି ଏବେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ହମ୍‌ଲା ହୁଏ, ତା’ହେଲେ ନୂଆଦିଲ୍ଲୀ ସବୁ ପ୍ରକାରର ବିକଳ୍ପକୁ କାମରେ ଲଗାଇବାକୁ ସଂକଳ୍ପ କରିଛି। ଅର୍ଥାତ ଏବେ ଆତଙ୍କବାଦୀ ହମ୍‌ଲା ହେଲେ ଆର୍‌ ପାର୍‌ର ଲଢ଼େଇ ହେବ।

ଏଥିସହ ପାକିସ୍ତାନରେ ସକ୍ରିୟ ଆତଙ୍କବାଦର ଭିତ୍ତିଭୂମିକୁ ଇସ୍‌ଲାମାବାଦ ମୂଳପୋଛ କରିବାକୁ ଭାରତ ଅନ୍ତର୍ଜାତୀୟ ସ୍ତରରେ ଚାପ ପକାଇବ ବୋଲି ଜଣାପଡ଼ିଛି।

ପାକିସ୍ତାନ ବାଲାକୋଟ୍‌ ହମ୍‌ଲାର ବଦଲା ନେବାକୁ ଯେଉଁ ଏଫ୍‌-୧୬ ଯୁଦ୍ଧ ବିମାନର ବ୍ୟବହାର କରିଥିଲା, ତା’ର ପ୍ରମାଣ ନୂଆଦିଲ୍ଲୀ ପକ୍ଷରୁ ଆମେରିକାକୁ ଦିଆଯାଇଛି। ପୂର୍ବରୁ ଆମେରିକାକୁ ନଜଣାଇ ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରି ଚୁକ୍ତି ଉଲ୍ଲଙ୍ଘନ କରିଥିବା ପାକିସ୍ତାନ ଉପରେ ଆମେରିକା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡ଼ିଛି।

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟ କରୁ ବୋଲି ଭାରତ ବିଭିନ୍ନ ‍ଫୋରମରେ ଚାପ ସୃଷ୍ଟି କରିଚାଲିଛି। ଭାରତ ଦାଉରୁ ବର୍ତ୍ତିବା ପାଇଁ ପାକିସ୍ତାନ ବିଭିନ୍ନ ଦେଶ ମଧ୍ୟସ୍ଥତା କରିବାକୁ ନିବେଦନ କରିଥିଲା। କିନ୍ତୁ ସମସ୍ତେ ଭାରତ ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି। ଭାରତ ସିଧାସଳଖ ପାକିସ୍ତାନ ସହ ଲଢ଼େଇ କରୁନାହିଁ,ବରଂ ପାକିସ୍ତାନରେ ଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଓ ଭିତ୍ତିଭୂମି ମୂଳପୋଛ କରିବାକୁ ଚାହୁଁଥିବା ବିଶ୍ୱ ସମୁଦାୟକୁ ଜଣାଇଛି।

ଅନ୍ୟପକ୍ଷରେ ଯଦି ଜୈଶ-ଏ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ଜାତିସଂଘ ସୁରକ୍ଷା ପରିଷଦ ବ୍ୟାନ୍‌ କରେ, ତା’ହେଲେ ପାକିସ୍ତାନ ଅଡ଼ୁଆରେ ପଡ଼ିବ। କାରଣ ମାସୁଦ ପାକିସ୍ତାନରେ ରହିଥିବା ଦେଶର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ ସ୍ୱୀକାର କରିଛନ୍ତି।

ତେଣୁ ଏଥର ଆକ୍ରମଣ କଲେ ଉଭୟ ପାକିସ୍ତାନ ଓ ଆତଙ୍କବାଦ ସହ ଆର ପାରର ଲଢ଼େଇ ହେବ ବୋଲି ଭାରତ ସରକାର ସଂକଳ୍ପ କରିଥିବା ଜଣାପଡ଼ିଛି। ଏଥିପାଇଁ ବାୟୁସେନାର ସମସ୍ତ ବେସ୍‌ ହାଇଆଲର୍ଟରେ ରଖାଯାଇଛି। ସ୍ଥଳ ସେନା ମଧ୍ୟ ସବୁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିଥିବା କହିଛି।



from Odisha Reporter https://ift.tt/2NHDryy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages