
ମୁମ୍ବାଇ: ବିଶ୍ୱ କ୍ରିକେଟ୍ ଇତିହାସରେ ୩ଟି ଦ୍ୱିଶତକ ମାରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ ଏବଂ ଭାରତୀୟ ଟିମର ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଦ୍ୱାରା ସ୍ଥାପିତ ୨୬୪ ରନର ବିଶ୍ୱ ରେକର୍ଡ ଶେଷରେ ଭାଙ୍ଗି ଯାଇଛି ଏବଂ ଏହି କୀର୍ତ୍ତିମାନ ଭାଙ୍ଗିବା ମାତ୍ରକେ ତାଙ୍କ ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆ ସୋଶାଲ ମିଡିଆରେ ମଜାଦାର ପୋଷ୍ଟ କରିବା ଆରମ୍ଭ କରିଦେଇଛି।
ମୁମ୍ବାଇର ଇଣ୍ଟର-ସ୍କୁଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ରିଜବୀ ସ୍ପ୍ରିଙ୍ଗ ଫିଲ୍ଡ ପକ୍ଷରୁ ଖେଳୁଥିବା ଅଭିନବ ସିଂହ ରୋହିତ ଶର୍ମାଙ୍କ ଦିନିକିଆ କ୍ୟାରିୟରର ସର୍ବାଧିକ ସ୍କୋର ୨୬୪ ରନ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଅଭିନବ ୨୬୫ ରନ୍ କରି ରୋହିତଙ୍କୁ ପଛରେ ପକାଇ ଦେଇଛନ୍ତି। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ କୌଣସି ଖେଳାଳି ରୋହିତଙ୍କ ଏହି ରେକର୍ଡର ନିକଟତର ହୋଇପାରିନାହାନ୍ତି।
ଆଇପିଏଲ୍ ଆରମ୍ଭ ହେବାକୁ ଆଉ କିଛି ଦିନ ଥିବା ବେଳେ ମୁମ୍ବାଇ ଇଣ୍ଡିଆ ସୋଶାଲ ମିଡିଆରେ ସକ୍ରିୟ ହୋଇପଡ଼ିଛି। ଯେତେବେଳେ ରୋହିତଙ୍କ ରେକର୍ଡ ଭାଙ୍ଗିବାର ଖବର ଆସିଲା, ମୁମ୍ବାଇ ଇଣ୍ଡିଆନ୍ସ ତା’ର ଟ୍ୱିଟର୍ ଆକାଉଣ୍ଟ ଜରିଆରେ ରୋହିତଙ୍କୁ ଚିଡ଼ାଇବା ଆରମ୍ଭ କରିଦେଇଥିଲା। ଏଥିରେ କୁହାଯାଇଛି, “ରୋହିତ ଆମକୁ ସେହି ବ୍ୟକ୍ତି ମିଳିଗଲେ, ଯିଏ ଆପଣଙ୍କର ୨୬୪ ରନର ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।”
ତେବେ ରୋହିତଙ୍କ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ। ବର୍ତ୍ତମାନ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ବ୍ୟସ୍ତ ଅଛନ୍ତି। ଦିନିକିଆ ସିରିଜ୍ ପରେ ମାର୍ଚ୍ଚ ୨୩ ତାରିଖରୁ ଆଇପିଏଲର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବ ।
from Odisha Reporter https://ift.tt/2Thd3B1
No comments:
Post a Comment