ଲଞ୍ଚ ବକ୍ସରେ ଗ୍ରେନେଡ୍‌ ଆଣିଥିଲା ନବମ ଶ୍ରେଣୀର ଛାତ୍ର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଲଞ୍ଚ ବକ୍ସରେ ଗ୍ରେନେଡ୍‌ ଆଣିଥିଲା ନବମ ଶ୍ରେଣୀର ଛାତ୍ର!

ଶ୍ରୀନଗର: ଯେଉଁ ବୟସରେ ମୃତ୍ୟୁର ଭୟାବହତା ବିଷୟରେ କେହି ଜାଣିନଥାନ୍ତି, ସେହି ବୟସରେ ମୃତ୍ୟୁର ବାର୍ତ୍ତାକୁ ଲଞ୍ଚବକ୍ସରେ ଆଣିଥିଲା ଜଣେ ନବମ ଶ୍ରେଣୀର ଛାତ୍ର। ସେ ଶୁଖିଲା ଭାତ ଭିତରେ ଗ୍ରେନେଡ୍‌ ଲୁଚାଇ ଆଣିଥିଲା। ଜମ୍ମୁ ପୁଲିସର ଅନୁସନ୍ଧାନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଉଲ୍ଲେଖଯୋଗ୍ୟ, ଗତକାଲି ଜମ୍ମୁର ମୁଖ୍ୟ ବସ ଷ୍ଟାଣ୍ଡରେ ହୋଇଥିବା ଗ୍ରେନେଡ ବିସ୍ଫୋରଣ ୨ ଜଣଙ୍କ ଜୀବନ ନେବା ସହିତ ୩୨ ଜଣଙ୍କୁ ଆହତ କରିଥିଲା।

ସହରର କୌଣସି ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଆତଙ୍କୀ ଆକ୍ରମଣ ହୋଇପାରେ ବୋଲି ଜମ୍ମୁ ପୁଲିସ୍ ଏବଂ ଗୁଇନ୍ଦା ବିଭାଗ ପାଖରେ ପୂର୍ବ ସୂଚନା ଥିବାରୁ ବିସ୍ଫୋରଣର ଘଣ୍ଟାକ ଭିତରେ ଅଭିଯୁକ୍ତକୁ ଠାବ କରାଯାଇପାରିଥିଲା। ଏହି ୧୫ ବର୍ଷୀୟ ନାବାଳକକୁ ନାଗ୍ରୋଟାଠାରେ ଥିବା ପୁଲିସ୍‌ ଚେକ୍‌ପୋଷ୍ଟଠାରେ ଗିରଫ କରାଯାଇଥିଲା। ସେତେବେଳେ ସେ ବିସ୍ଫୋରଣ ଘଟାଇ ଘରକୁ ଫେରୁଥିଲା ବୋଲି ଜଣାପଡ଼ିଛି।

ଚକିତ କରିଦେବା ଭଳି କଥା ହେଉଛି, ଅଭିଯୁକ୍ତ ନାବାଳକ ୟୁଟ୍ୟୁବ୍‌କୁ ସର୍ଚ୍ଚ କରି ଗ୍ରେନେଡ୍‌ ଫୋପାଡ଼ିବାର ତରିକା ଶିଖିଥିଲା। ଏହି ବିସ୍ଫୋରଣରେ ଉତ୍ତରାଖଣ୍ଡ ଏବଂ ଅନନ୍ତନାଗର ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା।

ଏହାପୂର୍ବରୁ ସେ ଏହି ଅଞ୍ଚଳକୁ କେବେ ମଧ୍ୟ ଆସିନଥିବାରୁ ତାକୁ ଏଠାକୁ କିଏ ଆଣିଲା, ସେନେଇ ପ୍ରଶ୍ନ ଉଠିଛି। ପୁଲିସ କହିବା ଅନୁଯାୟୀ, ଏକ ଘରୋଇ କାର୍‌ରେ ସେ ଜମ୍ମୁ ଆସିଥିଲା। ସେ ବୁଧବାର କୁଲ୍‌ଗାମ୍‌ରୁ ବାହାରି ତା’ପର ଦିନ ଜମ୍ମୁରେ ପହଞ୍ଚିଥିଲା।

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ସେ ୨୫୦ କିଲୋମିଟର ଏହି ଗ୍ରେନେଡ୍‌ ସହିତ ଆସିଥିଲେ ମଧ୍ୟ କାହାରି ନଜରକୁ ଆସି ନଥିଲା। ଏତଦ୍‌ବ୍ୟତୀତ ବୁଧବାର ୱାନ୍‌ୱେ ଟ୍ରାଫିକ୍‌ ବ୍ୟବସ୍ଥା ଥିଲା। ଅର୍ଥାତ ଜମ୍ମୁରୁ ଶ୍ରୀନଗର ପଟ ରାସ୍ତାରେ ଉଭୟ ଯିବା ଏବଂ ଆସିବା ହେଉଥିଲା।

ଜମ୍ମୁ ଆଇଜି ଏମକେ ସିହ୍ନାଙ୍କ କହିବା ଅନୁଯାୟୀ, “ଏହି ଆକ୍ରମଣ ପଛରେ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ହାତ ଅଛି। ହିଜ୍‌ବୁଲ୍‌ର କୁଲ୍‌ଗାମ୍‌ ମୁଖ୍ୟ ଫାରୁକ୍‌ ଅହମ୍ମଦ ଭଟ୍ଟ ଏହି ନାବାଳକକୁ ଗ୍ରେନେଡ୍‌ ଫୋପାଡ଼ିବାକୁ କହିଥିଲା। ଜମ୍ମୁ ଅଞ୍ଚଳରେ ଧାର୍ମିକ ଧୃବୀକରଣ ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସନ୍ଦେହ କରାଯାଉଛି।”



from Odisha Reporter https://ift.tt/2HiJAjy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages