ଧ୍ୱଂସ ହୋଇଗଲା ବାୟୁସେନାର ମିଗ୍‌-୨୧ ଯୁଦ୍ଧ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଧ୍ୱଂସ ହୋଇଗଲା ବାୟୁସେନାର ମିଗ୍‌-୨୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍‌-୨୧ ବାଇସନ ଯୁଦ୍ଧ ବିମାନ ଆଜି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ରାଜସ୍ଥାନର ବିକାନେରର ଶୋହାବ ସର କି ଧାନି ଅଞ୍ଚଳରେ ଯୁଦ୍ଧ ବିମାନଟି ଖସିବା ପରେ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ତେବେ ଏହାକୁ ଚଳାଉଥିବା ପାଇଲଟ୍‌ ଜଣଙ୍କ ଦୁର୍ଘଟଣା ପୂର୍ବରୁ ଆକାଶଛତା ଦ୍ୱାରା ସୁରକ୍ଷିତ ଇଜେକ୍ଟ କରିଯାଇଥିବା ଜଣାପଡ଼ିଛି।

ନିୟମିତ କାର୍ଯ୍ୟସୂଚୀ ଅନୁଯାୟୀ, ନାଲ ସ୍ଥିତ ବାୟୁସେନା ଏୟାର ବେସ୍‌ରୁ ମିଗ୍‌-୨୧ ବିମାନ ଉଡ଼ାଣ ଭରିଥିଲା। ତେବେ ମଝି ଆକାଶରେ ଏହା ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଏହାପରେ ବିମାନଟି ତଳକୁ ଖସିବା ଆରମ୍ଭ କରିଥିଲା।

ତେବେ ଏହା କ୍ରାଶ ହେବା ପୂର୍ବରୁ ପାଇଲଟ୍‌ ଜଣଙ୍କ ଏହା ମଧ୍ୟରୁ ବାହାରି ଯାଇଥିବା କୁହାଯାଉଛି। କିନ୍ତୁ ଏଯାଏ ତାଙ୍କର ପତ୍ତା ମିଳିନାହିଁ। ବାୟୁସେନା ପକ୍ଷରୁ ଘଟଣାର କୋର୍ଟ ଅଫ୍‌ ଇନକ୍ୱାରୀ ଅର୍ଡର ଦିଆଯାଇଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ବିମାନରେ ପକ୍ଷୀ ମାଡ଼ ହେବାରୁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଇଛି।

ଫେବୃଆରୀ ୨୭ରେ ମିଗ୍‌-୨୧ ବାଇସନ ଯୁଦ୍ଧ ବିମାନକୁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଚଳାଉଥିଲେ। ଯାହା ପାକିସ୍ତାନକୁ ଆକାଶମାର୍ଗରେ ମାତ ଦେଇଥିଲା।



from Odisha Reporter https://ift.tt/2u4QYaF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages