
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆତଙ୍କବାଦୀ ମାସୁଦ ଆଝାରକୁ ‘ଜୀ’ବୋଲି ସମ୍ବୋଧନ କରିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡିର ଜଣେ ବିଧାୟକ ‘ସାହେବ’ ବୋଲି ସମ୍ବୋଧନ କରିଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରେଜଡ଼ିର ତଥାକଥିତ ସର୍ବେସର୍ବା ତେଜସ୍ବୀ ଯାଦବଙ୍କ ଉପସ୍ଥିତିରେ ମାସୁଦ ଆଝାର ସାହେବ ବୋଲି ସମ୍ବୋଧନ କରିଛନ୍ତି ବିଧାୟକ ହାଜି ସୁଭନ। ଏଥିସହିତ ସେ ପାକିସ୍ତାନ ବିପକ୍ଷରେ କମ୍, ଚାଇନା ବିରୋଧରେ ଅଧିକ ବିଷ ଓଗାଳିଛନ୍ତି ।
ଚୀନ ଆତଙ୍କବାଦୀ ମାସୁଦ ଆଝାରକୁ ଅନ୍ତାର୍ଜାତୀୟ ଆତଙ୍କବାଦୀ ଘୋଷଣାକୁ ବିରୋଧ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି କିଛି ନକହି ଚୁପ ବସିଛନ୍ତି ସେ ନେଇ ଜବାବ ମାଗିଛନ୍ତି ବିଧାୟକ ହାଜି ସୁଭନ। ପାକିସ୍ତାନର ଆତଙ୍କବାଦୀ ପ୍ରସଙ୍ଗକୁ ଅନ୍ତର୍ଜାତୀୟ ମଞ୍ଚରେ ମୋଦି ସରକାର ଉପସ୍ଥାପନ କରାଉଛି। ହେଲେ ଚାଇନାର ଆତଙ୍କବାଦକୁ ସମର୍ଥନ ପ୍ରସଙ୍ଗକୁ ନେଇ ଭାରତ କାହିଁକି ଅନ୍ତର୍ଜାତୀୟ ସ୍ତରରେ ସ୍ବର ଉତ୍ତୋଳନ କରୁ ନାହିଁ ସେ ନେଇ ସମାଲୋଚନା କରିଛନ୍ତି। ଯାହାକି ଚାଇନା ପ୍ରତି ମୋଦିଙ୍କ ନରମ ମନୋଭାବ ସୂଚାଉଛି ବୋଲି ସେ କହିଛନ୍ତି।
ପାକିସ୍ତାନକୁ ଧ୍ବଂସ କରିବାକୁ ଭାରତକୁ ଘଣ୍ଟାଏ ସମୟ ଦରକାର ଥିବାବେଳେ ଚାଇନା ବାରମ୍ବାର ବାଧକ ସାଜୁଛି। ତେଣୁ ପ୍ରଥମେ ଚାଇନାର ମୁକାବିଲା କରିବା ଦରକାର ବୋଲି ବିଧାୟକ ହାଜି ସୁଭନ କହିଛନ୍ତି।
ଏହା ପୂର୍ବରୁ ମାର୍ଚ୍ଚ ୧୨ରେ ରାହୁଲ ଗାନ୍ଧି ଦିଲ୍ଲୀରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବା ବେଳେ ଆତଙ୍କବାଦୀ ମାସୁଦ ଆଝାରକୁ ଜୀ ବୋଲି ସମ୍ବୋଧନ କରିଥିଲେ। ଏଥିସହିତ ମାସୁଦ ଆଝାରକୁ ଏନଡିଏ ସରକାର ଜେଲରୁ ଛାଡ଼ିଥିଲା ବୋଲି କହିଥିଲେ।
from Odisha Reporter https://ift.tt/2OEq8Q8
No comments:
Post a Comment