
କଟକ (ଓଡ଼ିଶା ରିପୋର୍ଟର): ପୁଣି ବାର୍ଡ ଫ୍ଲୁ ଆତଙ୍କ। ବାର୍ଡ ଫ୍ଲୁ ଯୋଗୁ କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ୪୦୦ରୁ ଅଧିକ ବତକ ଓ କୁକୁଡ଼ାଙ୍କୁ ମାରିଛି ପ୍ରଶାସନ। ତା’ସହିତ ୬ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଛି।
ବାର୍ଡ ଫ୍ଲୁ ସନ୍ଦେହରେ ଉଭୟ କୁକୁଡ଼ା ଓ ବତକଙ୍କ ନମୁନା ଭୋପାଳକୁ ପଠାଯାଇଥିଲା ଶୁକ୍ରବାର ରିପୋର୍ଟ ଆସିବା ପରେ ସେହ ରାତିରେ ଶହ ଶହ କୁକୁଡ଼ା ଓ ବତକ ମରାଯାଇଥିଲା। କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀକାଳୀନ ବୈଠକ ବସିଥିଲା। ଏହା ପରେ ବତକ ପ୍ରଜନନ କେନ୍ଦ୍ରର ୧ କିଲୋମିଟର ପରିଧି ଭିତରେ ଯେତେ କୁକୁଡା, ବତକ ଓ ଅଣ୍ଡା ମହଜୁଦ ଥିଲା, ସେଗୁଡ଼ିକୁ ନଷ୍ଟ କରାଯାଇଛି।
ଆଜି ସିଡିଭିଓ ଲୋକନାଥ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଅଞ୍ଚଳ ବୁଲି ଦେଖୁଛନ୍ତି। ସଂକ୍ରମିତ ଅଞ୍ଚଳରେ ୩ ମାସ ପର୍ଯ୍ୟନ୍ତ କୁକୁଡ଼ା, ବତକ ମାଂସ ଓ ଅଣ୍ଡା ନ ଖାଇବା ପାଇଁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।
from Odisha Reporter https://ift.tt/2FLfOTf
No comments:
Post a Comment