ଘରକୁ ସଜାନ୍ତୁ ଏମିତି, ଲାଗିବ ଖାସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଘରକୁ ସଜାନ୍ତୁ ଏମିତି, ଲାଗିବ ଖାସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ସଜାଇବା ମହିଳା ମାନଙ୍କ ପାଇଁ ଏକ କଷ୍ଟକର କାମ ବୋଲି ସେମାନେ ଭାବିଥାନ୍ତି। ଏଥିପାଇଁ ଅନେକ ସମୟ ବି ଲାଗିଥିଏ। କିଛି ମହିଳା ଅଛନ୍ତି, ଯେଉଁମାନଙ୍କୁ ଘର ସଜାଡ଼ି ସାରିଲା ପରେ ମଧ୍ୟ ତାହା ଭଲ ଲାଗି ନଥାଏ। କାରଣ କେଉଁ ଜିନିଷ କେଉଁ ଠାରେ ରଖିଲେ ଭଲ ଲାଗିବ ସେ ବିଷୟରେ ତାଙ୍କର ଜ୍ଞାନ କମ୍‌ ଥାଏ। ଘର ସେତେବେଳେ ଭଲ ଲାଗିଥାଏ ଯେତେବେଳେ ସଠିକ୍‌ ଜାଗାରେ ସଠିକ୍‌ ଜିନିଷ ରହିଥାଏ।

ପଡ଼ୋଶୀ ଘରକୁ ବୁଲି ଯାଇଛନ୍ତି ଆଉ ତାଙ୍କ ଘର ସାଜସଜ୍ଜା ଦେଖି ଭାବୁଛନ୍ତି, ଆଃ ! ଆମ ଘର ଏମିତି ସଜା ହୋଇ ପାରନ୍ତା ! ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ପଡ଼ିଶା ଘର ଯେତିକି ସୁନ୍ଦର ଦିଶୁଛି ତା ଠାରୁ ଆପଣଙ୍କ ଘର ଅଧିକ ସୁନ୍ଦର ଦିଶିବ।

ତେବେ ପଢ଼ନ୍ତୁ କିପରି ଆପଣ ଘରକୁ ଏକ ଅଲଗା ଅନ୍ଦାଜ୍‌ରେ ସଜାଇ ପାରିବେ।

୧- ଘର ସଜାଇବାର ଅର୍ଥ ନୁହେଁ ଯେ, ଆପଣ ଦାମିକା ଜିନିଷ ଆଣି ରଖି ଦେବେ ଆଉ ଘର ସୁନ୍ଦର ଲାଗିବ। ଆପଣ ଘରର ଗୋଟେ କାନ୍ଥକୁ ଭଲରେ ଡିଜାଇନ୍‌ କରି ରଙ୍ଗ କରିପାରିବେ। ଏହା ଆପଣଙ୍କ ଡ୍ରଇଂ ରୁମ୍‌ରେ କଲେ ଆହୁରି ଭଲ ଲାଗିବ।

୨- ଆପଣ ଡ୍ରଇଂ ରୁମ୍‌ରେ ବିଭିନ୍ନ ପ୍ରକାର ଡିଜାଇନ୍‌ ଫଟୋ ଫ୍ରେମ୍‌ କରି ଟାଙ୍ଗି ପାରିବେ। ଏହା ଆପଣଙ୍କ ଡ୍ରଇଂ ରୁମ୍‌କୁ ଏକ ଅଲଗା ଲୁକ୍‌ ଦେବ।

୩- କାନ୍ଥ କଡ଼ରେ ବଡ଼ ବଡ଼ ଫୁଲ ଦାନୀ ରଖିଲେ  ଭଲ ଲାଗିବ। ଏଇଠି ମନେ ରଖିବେ,  କାନ୍ଥର ରଙ୍ଗ ଓ  ଫୁଲ ରଙ୍ଗ ଏକାପରି ହେଲେ ବେଶି ଭଲ ଲାଗିବ।

୪- ଲାଇଟ୍‌ ମଧ୍ୟ ଆପଣଙ୍କ ଘରକୁ ଏକ ଅଲଗା ଲୁକ୍‌ ଦେବ। ସେଥିପାଇଁ ବିଭିନ୍ନ ପ୍ରକାର ଲାଇଟ୍‌ ଆଣି ଆପଣ ସଜାଇ ପାରିବେ। କିନ୍ତୁ ଲାଇଟ ଯେପରି ଆଖିକୁ ଆରାମ ଦେଲା ପରି ହୋଇଥିବ।

୫- ଘରର ସବୁ ଜିନିଷ ନିଜ ନିଜ ଜାଗାରେ ରଖନ୍ତୁ। ଏହି ପରି କଲେ ଘର ଆପେ ଆପେ ସଜାଡ଼ି ହୋଇଯିବ। ଯେଇଁ ଜିନିଷ ଭାଙ୍ଗି ଯାଇଛି ବା ରଙ୍ଗ ଛାଡ଼ି ଯାଇଛି ତାହା ସେହି ସ୍ଥାନରୁ ହଟାଇ ଦିଅନ୍ତୁ।

୬- ଘରକୁ ଭଲ ଲାଗିଥାଏ ପରଦା। ତେଣୁ  କବାଟ ଏବଂ ଝରକାରେ ଡିଜାଇନ୍‌ର ପରଦା ଟାଣି ଘରକୁ ସଜାଇ ପାରିବେ।

୭- ଯଦି ଆପଣଙ୍କର କାଚର ଶୋ’ କେସ୍‌ ଅଛି ତାହାଲେ ତା ଭିତରେ ଭଲ ଭଲ ସଜାଇଲା ଭଳି ଜିନିଷ ଆଣି ରଖନ୍ତୁ। ଆଉ ଭଲ ରେ ସଫା ରଖନ୍ତୁ। ଘରକୁ ଆସୁଥିବା ଅତିଥି ମାନଙ୍କର ନଜର ପ୍ରଥମେ ଶୋ’ କେସ୍‌ ଉପରେ ପଡ଼ିଥାଏ। ତେଣୁ କିଛି ଖାସ୍‌ ଦେଖାଯିବା ଭଳି ସଜାଡ଼ନ୍ତୁ।

୮- ଆପଣଙ୍କର ଯଦି ବାଲ୍‌କୋନି ଅଛି ତାହାଲେ ସେଠାରେ ଏକ ଝୁଲା ମଧ୍ୟ ଲଗାଇ ପାରିବେ।

 



from Odisha Reporter https://ift.tt/2VObJmt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages