
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୁକ୍ରବାର (ମାର୍ଚ୍ଚ ୮ ତାରିଖ) ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ତାଙ୍କ ମା’, ପତ୍ନୀ ଅଞ୍ଜଳି ଓ ଝିଅ ସାରା ପାଇଁ ରୋଷେଇ କରିଥିଲେ।
ସଚିନ୍ ସେମାନଙ୍କ ପାଇଁ ବାଇଗଣ ଭର୍ତା ପ୍ରସ୍ତୁତ କରିଥିଲେ। ସେ ଏହି ଆଇଟମ୍ଟିକୁ ବିଶେଷ ଭାବେ ତାଙ୍କ ମା’ଙ୍କ ଲାଗି ପ୍ରସ୍ତୁତ କରିଥିଲେ। ଏନେଇ ସଚିନ୍ ତାଙ୍କ ଟ୍ୱିଟ୍ର ପେଜ୍ରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି।
ଏହି ଭିଡିଓରେ ସେ ପ୍ରଥମେ କହିଛନ୍ତି,“ଆଜି ମୁଁ ଖାସ୍ କରି ମୋ ମା’ଙ୍କ ପାଇଁ ବାଇଗଣ ଭର୍ତା ପ୍ରସ୍ତୁତ କରିବାକୁ ଯାଉଛି।”
ସଚିନ୍ ବାଇଗଣ ପୋଡ଼ିବା ଠାରୁ ଆରମ୍ଭ କରି ଭର୍ତା ପ୍ରସ୍ତୁତ କରିବା ପର୍ଯ୍ୟନ୍ତ- ସବୁ କିଛି ଏଇ ଭିଡିଓରେ ପ୍ରଦର୍ଶୀତ ହୋଇଛି।
ବାଇଗଣ ଭର୍ତା ପ୍ରସ୍ତୁତ ହୋଇଯିବା ପରେ ସଚିନ୍ କହିଛନ୍ତି,“ଏହି ଭର୍ତା ହେଉଛି ମୋ ମା’, ଅଞ୍ଜଳି ଓ ସାରା ପାଇଁ। ମୁଁ ଏହାକୁ ପ୍ରଥମେ ମୋ ମା’ଙ୍କୁ ଚାଖିବା ପାଇଁ ଦେବି। କାରଣ ମୁଁ ଯେତେବେଳେ ଛୁଆ ଥିଲି ସେ ମୋ ପାଇଁ ଘଣ୍ଟା ଘଣ୍ଟା ଧରି ରୋଷେଇ କରିଥିଲେ।”
ସଚିନଙ୍କ ଦ୍ୱାରା ପ୍ରସ୍ତୁତ ବାଇଗଣ ଭର୍ତାକୁ ତାଙ୍କ ମା’ ପସନ୍ଦ କରି ଥିଲେ। ଏହା ପରେ ସଚିନ୍ ଟିକେ ଭାବପ୍ରବଣ ହୋଇଯାଇଥିଲେ।
ସଚିନ୍ କହିଥିଲେ, ମା’ମାନେ ଏମିତି। କେବେ ଅଭିଯୋଗ କରିବେନି। ସେମାନଙ୍କୁ କାହା ସହିତ ତୁଳନା କରାଯାଇପାରିବନି।
ଏହି ଭିଡିଓରେ ସଚିନ୍ ଟିକେ ମଜା ବି କରିଛନ୍ତି। ରସୁଣ କାଟିବା ବେଳେ ଆଙ୍ଗୁଳି କଟିଯିବାର ଅଭିନୟ କରିଛନ୍ତି। ଆକ୍ଟିଂ ବି ପୂରା ପର୍ଫେକ୍ଟ ହୋଇଛି। ଯିଏ ପ୍ରଥମ ଥର ଭିଡିଓଟିକୁ ଦେଖିବ, ଭାବିବ ସତରେ ତାଙ୍କ ଆଙ୍ଗୁଳି କଟିଗଲା।
ଭିଡିଓଟିକୁ ଦେଖନ୍ତୁ-
This #WomensDay, let’s do something special for the important women in our lives. Join me and share your own sweet gestures of love using#SeeHerSmile
Happy Women’s Day! pic.twitter.com/ouMv0cPiuy— Sachin Tendulkar (@sachin_rt) March 8, 2019
from Odisha Reporter https://ift.tt/2u3cTi5
No comments:
Post a Comment