ଷ୍ଟାଡିୟମ ବାହାରେ ଛିଡ଼ା ହେଲେ ରାଜସ୍ଥାନ ରୟାଲସ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଷ୍ଟାଡିୟମ ବାହାରେ ଛିଡ଼ା ହେଲେ ରାଜସ୍ଥାନ ରୟାଲସ ଟିମ୍‌

ଜୟପୁର: ଏକ ଅଭାବନୀୟ ଘଟଣାକ୍ରମରେ ରାଜସ୍ଥାନ ରୟାଲ୍ସ ଟିମ୍‌ର ସଦସ୍ୟମାନଙ୍କୁ ସୱାଇ ମାନସିଂହ ଷ୍ଟାଡିୟମ୍‌ ବାହାରେ ଦୀର୍ଘ ଅଧଘଣ୍ଟା ଛିଡ଼ା ହେବାକୁ ପଡ଼ିଛି। ଆସନ୍ତା ସୋମବାର ଘରୋଇ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ ଏକାଦଶ ପଞ୍ଜାବ ମଧ୍ୟରେ ଏଠାରେ ମ୍ୟାଚ୍‌ ହେବ।

ଏଥିପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କ ସମେତ କିଛି ଖେଳାଳି ସୱାଇ ମାନସିଂହ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ଯାଉଥିଲେ। କିନ୍ତୁ ରାଜସ୍ଥାନ ସ୍ପୋର୍ଟସ୍‌ କାଉନସିଲ ଓ ରାଜସ୍ଥାନ କ୍ରିକେଟ୍‌ ଆସୋସିଏନ୍‌ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏଥିଯୋଗୁ ଗୋଟିଏ ପକ୍ଷ ଷ୍ଟାଡିୟମ ଗେଟ୍‌ରେ ତାଲା ପକାଇ ଦେଇଥିଲେ।

ଫଳରେ ଖେଳାଳିମାନେ ଭିତରକୁ ଯାଇ ପାରିନଥିଲେ। ଦୀର୍ଘ ୩୦ ମିନିଟ୍‌ର ପାଟିତୁଣ୍ଡ ଓ ଆଲୋଚନା ପରେ ଶେଷରେ ବିବାଦର ସମାଧାନ ହୋଇଥିଲା।

ଏହାପରେ ଷ୍ଟାଡିୟମ ଗେଟ୍‌ର ଚାବି ଖୋଲାଯାଇଥିଲା। ଚାବି ଖୋଲାଯିବା ପରେ ରାହଣେଙ୍କ ସମେତ ଅନ୍ୟ ଖେଳାଳିମାନେ ଭିତରକୁ ଯାଇଥିଲେ।



from Odisha Reporter https://ift.tt/2Oju5cN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages