ମାଲଦାରେ ମୋଦି ଓ ମମତାଙ୍କ ଉପରେ ବର୍ଷିଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ମାଲଦାରେ ମୋଦି ଓ ମମତାଙ୍କ ଉପରେ ବର୍ଷିଲେ ରାହୁଲ

କୋଲକାତା: ପଶ୍ଚିମବଙ୍ଗର ମାଲଦା ସଂସଦୀୟ କ୍ଷେତ୍ରରେ ଏକ ରାଲିରେ ରାଜ୍ୟର ଶାସକ ଦଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ମନଖୋଲି ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ମୋଦି ଓ ମମତା ଏକା ପରି ଶାସନ କରୁଛନ୍ତି ବୋଲି କହି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି କଂଗ୍ରେସ ଯୁବରାଜ।

ସେ କହିଛନ୍ତି କେନ୍ଦ୍ରରେ ମୋଦି ସରକାର ଏକଚାଟିଆ ସରକାର ଚଳାଉଥିବାବେଳେ ପଶ୍ଚିମବଙ୍ଗରେ ମଧ୍ୟ ସମାନ ଅବସ୍ଥା। ମମତା ନିର୍ବାଚନ ବେଳେ ନିଜ ରାଜ୍ୟକୁ ମିଛ ପ୍ରତିଶ୍ରୁତି ଦେଉଥିବାବେଳେ ମୋଦି ମଧ୍ୟ ଦେଶବାସୀଙ୍କୁ ମିଛ କହୁଛନ୍ତି ବୋଲି ସେ କହିଛନ୍ତି। ପୂର୍ବରୁ ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାର ଯେଉଁଭଳି ଚାଲିଥିଲା ଏବେ ମମତା ସରକାର ଠିକ ସେହିଭଳି ଚଳାଉଛନ୍ତି ବୋଲି କହି ରାହୁଲ କଡ଼ାଭାଷାରେ ସମାଲୋଚନା କରିଛନ୍ତି। ସାଧାରଣ ଲୋକଙ୍କ ଦାବି ଏଠି ଚାପି ଦିଆଯାଉଥିବା ବେଳେ ଦଳୀୟ କର୍ମୀଙ୍କ ତୁଷ୍ଟୀକରଣ କରାଯାଉଥିବା କହିଛନ୍ତି।

ଏମିତିକି କଂଗ୍ରେସ କର୍ମୀଙ୍କୁ ଟିଏମସି କର୍ମୀ ଓ ସରକାର ମାଡ଼ପିଟ କରୁଥିବା କହିଛନ୍ତି ରାହୁଲ। ଆଗକୁ କେନ୍ଦ୍ରରେ କଂଗ୍ରେସ ସରକାର ଆସିବ ଓ ଏହାପରେ ଦେଶରେ ଏକଚାଟିଆ ସରକାରର ପତନ ଘଟିବ ବୋଲି କହି ସେ କର୍ମୀଙ୍କୁ ଉତ୍ସାହିତ କରିଥିଲେ।

ସୂଚନାଯୋଗ୍ୟ, ମାଲଦାରେ ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ହୋଇଥିଲା। ହେଲେ ଏବେ ସେ କଂଗ୍ରେସ ଛାଡ଼ି ତୃଣମୁଳରେ ଯୋଗଦେଇଛନ୍ତି। ତେବେ ନିକଟରେ ହୋଇଥିବା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ୩ଟି ରାଜ୍ୟରେ ସରକାର ଗଢ଼ିବାରେ ସଫଳ ହୋଇଛି। ହେଲେ ଏହାପରେ ମମତା ଓ ରାହୁଲଙ୍କ ମଧ୍ୟରେ ଦୁରତା ବଢୁଥିବା ଦେଖିବାକୁ ମିଳିଛି। ନିକଟରେ ସିବିଆଇ ଓ ଇଭିଏମ ପ୍ରସଙ୍ଗରେ ମମତାଙ୍କୁ ସମର୍ଥନ କରିଥିଲା କଂଗ୍ରେସ। ହେଲେ କୋଲକାତାରେ ମମତା ବାନାର୍ଜିଙ୍କ ଦ୍ୱାରା ଆୟୋଜିତ ମୋଦି ବିରୋଧୀ ରାଲିରେ ରାହୁଲ ନିଜେ ନଆସି ଗୁଲାମ ନବୀ ଆଜାଦଙ୍କୁ ପଠାଇଥିଲେ। ଯେଉଁଥିରୁ ରାହୁଲ ଓ ମମତାଙ୍କ ମଧ୍ୟରେ ଦୂରତା ବଢ଼ୁଥିବା ଦେଖିବାକୁ ମିଳିଥିଲା।

ମନମୋହନ ସିଂହଙ୍କ ସରକାରରେ ଟିଏମସି ୟୁପିଏରେ ସାମିଲ ହୋଇଥିଲା। ଏବଂ ମମତା ବାନାର୍ଜି ମଧ୍ୟ ରେଳମନ୍ତ୍ରୀ ହୋଇଥିଲେ। କେନ୍ଦ୍ର ରାଜନୀତିରେ କଂଗ୍ରେସ ଓ ଟିଏମସି ଅନେକ ପ୍ରସଙ୍ଗରେ ଏକତ୍ରିତ ହୋଇଥାନ୍ତି।



from Odisha Reporter https://ift.tt/2HIc3Az

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages