
ନୂଆଦିଲ୍ଲୀ: ଖଲିସ୍ତାନ କମାଣ୍ଡୋ ଫୋର୍ସ(କେସିଏଫ୍) ପ୍ରମୁଖ ଆତଙ୍କବାଦୀ ଗୁରୁସେୱକ ବାବଲାକୁ ଆଜି ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି। ବାବଲାକୁ ଦୀର୍ଘ ଦିନ ହେଲା ପୁଲିସ୍ ଗିରଫ କରିବାକୁ ଖୋଜୁଥିଲା।
ପଞ୍ଜାବର ଲୁଧିଆନାଠାରେ ରହୁଥିବା ୫୩ ବର୍ଷୀୟ ବାବଲାକୁ ଦିଲ୍ଲୀରୁ ଗିରଫ କରାଯାଇଛି। ବାବଲା ନାଁରେ ୫୦ରୁ ଅଧିକ ଆତଙ୍କବାଦୀ କାର୍ଯ୍ୟକଳାପ ସହ ପୁଲିସ୍ ଅଧିକାରୀଙ୍କୁ ହତ୍ୟା, ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ ଆଦି ଲୁଟ୍ ଭଳି ମାମଲା ରହିଛି। କେବଳ ପଞ୍ଜାବ ନୁହେଁ, ଦିଲ୍ଲୀ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ତା’ ନାଁରେ ମାମଲା ରହିଛି।
from Odisha Reporter https://ift.tt/2u3dDUr
No comments:
Post a Comment