
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସମୟରେ ଏଲ୍ଇଡି ବଲ୍ବ୍ ଟ୍ୱ୍ୟୁବ୍ ଲାଇଟ୍ର ଯାଗା ନେଇ ସାରିଲାଣି। ଅନେକ ଲୋକ ଟ୍ୱ୍ୟୁବ୍ ଲାଇଟ୍ ବଦଳରେ ଏଲ୍ଇଡ୍ ବଲ୍ବ୍ ବ୍ୟବହାର କରିବାକୁ ଅଧିକା ପସନ୍ଦ କରୁଛନ୍ତି। ଏହା ବ୍ୟବହାର କଲେ କମ୍ ବିଜୁଳି ଖର୍ଚ୍ଚ ମଧ୍ୟ ହୋଇଥାଏ। ତେବେ ବଜାରରେ ଏହି ଏଲ୍ଇଡି ବଲ୍ବ୍ ମଧ୍ୟ ଅନେକ ପ୍ରକାର ମିଳିଥାଏ। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ, ଆମେ ବ୍ୟବହାର କରୁଥିବା ଏଲ୍ଇଡି ବଲ୍ବ୍ ଶୀଘ୍ର ଖରାପ ହେଇଯାଏ।
ତେବେ ଏହି ବଲ୍ବ୍ ଖରାପ ହେବା ପଛରେ ଥିବା କାରଣ ଆପଣ ଜାଣିଛନ୍ତି କି? ଯଦି ଆପଣ କାରଣ ଜାଣି ନାହାନ୍ତି, ତାହାଲେ ଆମେ ଆପଣଙ୍କୁ ଏହା ପଛରେ ଥିବା କାରଣ ବିଷୟରେ କହିବାକୁ ଯାଉଛୁ। ଆଉ ଏହି ବଲ୍ବ୍ ଶୀଘ୍ର କିପରି ଖରାପ ନ ହେବ ସେ ବିଷୟରେ ମଧ୍ୟ ଆମେ ଆପଣଙ୍କୁ ସୂଚନା ଦେବୁ।
ବଲ୍ବ୍ କିଣିବା ବେଳେ ଆପଣ କିଛିଟା ଦିଗ ପ୍ରତି ଦୃଷ୍ଟି ଦେଲେ ତାହା ଖରାପ ହେବନାହିଁ। ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ।

୧- ଯଦି ଆପଣଙ୍କ ଘର ଭୋଲ୍ଟେଜ୍ ୧୨୫ ଭୋଲ୍ଟରୁ ଅଧିକା ଅଛି ତାହାଲେ ବଲ୍ବ୍ ଶୀଘ୍ର ଖରାପ ହେବାର ସମ୍ଭାବନା ରହିଥାଏ।
୨- ବଲ୍ବ୍ରେ ଅଧିକ ଭାଇବ୍ରେସନ୍ ହେବା କାରଣରୁ ମଧ୍ୟ ବଲ୍ବ ଶୀଘ୍ର ଖରାପ ହେଇଯାଏ।
୩- ବଲ୍ବ୍ର ତଳେ ଲଗା ହୋଇଥବା ମେଟାଲ୍ ଟ୍ୟାବ୍ ଯଦି ଦବିଲା ପରିଥାଏ, ତାହାଲେ ମଧ୍ୟ ଆପଣଙ୍କ ବଲ୍ବ୍ ଶୀଘ୍ର ଖରାପ ହେଇ ଯିବାର ଆଶଙ୍କା ଅଛି।
୪- ଆପଣ ଯେତେବେଳେ ବଲ୍ବ୍ ଲଗାଇଛନ୍ତି ତାହା ଢିଲା କରି ଲଗାନ୍ତୁ ନାହିଁ। ଏହା ଯୋଗୁ ମଧ୍ୟ ବଲ୍ବ୍ ଖରାପ ହେବାର ସମ୍ଭାବନା ଥାଏ ।
୫- ବଲ୍ବ୍ ଯେଉଁ ଭୋଲ୍ଟେଜ୍ ପାଇଁ ତିଆରି ହୋଇଛି, ସେହି ଭୋଲ୍ଟେଜ୍ରେ ହିଁ ବଲ୍ବ୍ ଲଗାନ୍ତୁ।

୬- କିଛି ବଲ୍ବ୍ ଅଧିକା ଗରମ ହୋଇଯାଏ। ତେଣୁ ତାକୁ ବାହାରେ ପବନ ଯିବା ଆସିବା କରୁଥିବା ଯାଗାରେ ଲଗାଇଲେ ଭଲ।
୭-ଏଲ୍ଇଡି ବଲ୍ବ୍ ଭିତରେ ଛୋଟ ସର୍କିଟ୍ ଥାଏ। ଯେଉଁଥିରେ କିଛି ଟ୍ରାଞ୍ଜିଷ୍ଟର୍ ଏବଂ କାପାସିଟର୍ ରହିଥାଏ। ଏହା ଶହ ସେଥିରେ ୧୮ରୁ ୨୦ ଟି ଏଲ୍ଇଡି ଲଗା ହୋଇଥାଏ। ଯେତେବେଳେ ବଲ୍ବ୍ ଖରାପ ହୋଇଥାଏ, ସେତେବେଳେ ବଲ୍ବ୍ରେ ଥିବା ଏଲ୍ଇଡି ଖରାପ ହେବା ଆଶଙ୍କା କମ୍ ହୋଇଥାଏ। ତେଣୁ ବଲ୍ବ୍ ଭିତରେ ଯାହା ଖରାପ ହୋଇଥାଏ ତାହା ହେଉଛି ଟ୍ରାଞ୍ଜିଷ୍ଟର୍ ଏବଂ କାପାସିଟର୍ । ତାହା ଗରମ ହୋଇ ହୋଇ କିଛି ସମୟ ପରେ ଫାଟିଯାଏ।
ଏହି ସମୟରେ ଆମେ ପୁରା ବଲ୍ବ୍ ଖରାପ ହେଇଯାଇଛି ଜାଣି ଫୋପାଡ଼ି ଦେଇଥାଉ। ତେଣୁ ଆପଣ ଏହାକୁ ନ ଫୋପାଡ଼ି କେବଳ ଟ୍ରାଞ୍ଜିଷ୍ଟର୍ ଏବଂ କାପାସିଟର୍ ବଦଳାଇ ପାରିବେ। ଏହା ବଜାରରେ ବହୁତ କମ୍ ଦାମରେ ମଧ୍ୟ ମିଳୁଛି।
from Odisha Reporter https://ift.tt/2HlMO6V
No comments:
Post a Comment