ଡିଜେଲ ପମ୍ପ ବ୍ୟବହାରରେ ସମସ୍ୟା ନାହିଁ: ଏନଜିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଡିଜେଲ ପମ୍ପ ବ୍ୟବହାରରେ ସମସ୍ୟା ନାହିଁ: ଏନଜିଟି

NGT

ନୂଆଦିଲ୍ଲୀ: ଚାଷ ଜମିରେ ଡିଜେଲ ପମ୍ପର ବ୍ୟବହାରକୁ ନେଇ ଏକ ଗୁଜବ ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ। ‘୧୦ ବର୍ଷରୁ ଅଧିକ ଡିଜେଲ ଚାଳିତ ଗାଡ଼ି ଉପରେ ଏନସିଆର ଦିଲ୍ଲୀରେ ବ୍ୟାନ ହୋଇଛି, କିନ୍ତୁ ଚାଷ ଜମିରେ ନୁହେଁ। ଚାଷ ଜମିରେ ଡିଜେଲ ଚାଳିତ ପାଣିପମ୍ପ ଚାଲିବାରେ ସମସ୍ୟା ନାହିଁ ବୋଲି ଏନଜିଟି ସ୍ପଷ୍ଟ କରିଛି। ଏଥିସହ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଏକଥା ଅବଗତ କରାଯାଇଛି। ଏଭଳି ଗୁଜବ ପ୍ରଚାର କରି ଚାଷୀଙ୍କୁ ନୂଆ ପାଣିପମ୍ପ କିଣିବା ପାଇଁ ବାଧ୍ୟ କରାଯାଉ ଥାଇପାରେ ବୋଲି ଏନଜିଟି ସନ୍ଦେହ ପ୍ରକାଶ କରିଛି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିବା ପରେ ଏନଜିଟି ଗତବର୍ଷ ଏକ ଶୁଣାଣି କରିଥିଲେ। ଯେଉଁଥିରେ ଏନସିଆର ଭିତରକୁ ଭାରୀଯାନ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଚାଳିତ ଗାଡ଼ି ଉପରେ ଵ୍ୟାନ ଲଗାଇଥିଲେ। ହେଲେ କିଛି ଗୁଜବକାରୀ ଡିଜେଲ ଚାଳିତ ପାଣିପମ୍ପ ଵ୍ୟବହାର ଉପରେ ଏନଜିଟି ରୋକ ଲଗାଇଥିବା ଖବର ପ୍ରଚାର କରିଥିଲେ। ଏହା ମିଛ ବୋଲି ଜନସାଧାରଣଙ୍କୁ ଜଣାଇବା ପାଇଁ ଏନଜିଟି ଆଜି ଏହି ରାୟ ଶୁଣାଇଛନ୍ତି।



from Odisha Reporter https://ift.tt/2tYUIKK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages