
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ ଡିଲର ଫାଇଲ ଚୋରି ହୋଇଥିବା ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଆଟର୍ଣ୍ଣି ଜେନେରାଲ (ଏଜି) କେ.କେ.ଭେନୁଗୋପାଳ। ଶୁକ୍ରବାର ସେ କହିଛନ୍ତି ଯେ ଆବେଦନକାରୀ ସୁପ୍ରିମକୋର୍ଟରେ ଅରିଜିନାଲ ଡକୁମେଣ୍ଟ ନୁହେଁ ବରଂ ତା’ର ଫଟୋ କପି କରି କୋର୍ଟରେ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଚୋରା ଉପାୟ ଅବଲମ୍ବନ କରି କେତେକ ଅତ୍ୟନ୍ତ ଗୋପନୀୟ ଦସ୍ତାବିଜର ଫଟୋ ଉଠାଯାଇଛି।
ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ ଭେନୁଗୋପାଳ ତାଙ୍କ ପକ୍ଷ ରଖିଥିଲେ। ସେ କହିଥିଲେ, ରାଜନୀତିକ ଯୁଦ୍ଧରେ ରାଫେଲ ଡିଲର ଡକୁମେଣ୍ଟ ଚୋରି ହୋଇଯାଇଛି ବୋଲି ପ୍ରଚାର ହୋଇଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଡକୁମେଣ୍ଟ ଚୋରି ହୋଇଯାଇଛି ବୋଲି ମଧ୍ୟ କହିଥିଲେ। ଏହା ଉପରେ ଅପରାଧିକ ତଦନ୍ତ କରାଯିବା ଓ ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ପାଇଁ ସେ ଦାବି କରିଥିଲେ।
ସୂଚନାଯୋଗ୍ୟ, ରାଫେଲ ଡିଲକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ କ୍ଲିନ ଚିଟ ଦେଇଥିଲେ। ହେଲେ ସରକାର କୋର୍ଟଙ୍କୁ ସଠିକ ରିପୋର୍ଟ ଦେଇନଥିବା ଅଭିଯୋଗ କରି ମାମଲାର ପୁନଃ ଶୁଣାଣି ପାଇଁ ଆବେଦନ ହୋଇଥିଲା। ତିନି ଆବେଦନକାରୀ ଯଶୱନ୍ତ ସିହ୍ନା, ଅରୁଣ ସୌରୀ ଓ ପ୍ରଶାନ୍ତ ଭୂଷଣ ଆବେଦନର ଶୁଣାଣି ପାଇଁ ଦାବି କରିଥିଲେ ।
ସୁପ୍ରିମକୋର୍ଟରେ ଯେଉଁ ତିନୋଟି ଡକୁମେଣ୍ଟ ‘ଦି ହିନ୍ଦୁ’ ଖବରକାଗଜ ଉପସ୍ଥାପନ କରିଛି, ତାହା କେନ୍ଦ୍ରର ଅଫିସିଆଲ ସିକ୍ରେଟ ଆକ୍ଟକୁ ଉଲ୍ଲଂଘନ କରୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ପରେ ସଂପୃକ୍ତ ଖବରକାଗଜ ସଂସ୍ଥାକୁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି।
from Odisha Reporter https://ift.tt/2tU1v8i
No comments:
Post a Comment