ପାକିସ୍ତାନ ଜାତୀୟ ଦିବସକୁ ଭାରତର ବର୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ପାକିସ୍ତାନ ଜାତୀୟ ଦିବସକୁ ଭାରତର ବର୍ଜନ

ନୂଆଦିଲ୍ଲୀ: ଆସନ୍ତାକାଲି ପାକିସ୍ତାନ ପାଳିବାକୁ ଥିବା ଜାତୀୟ ଦିବସକୁ ଭାରତ ବୟକଟ କରିବ। ଏମିତିକି କୌଣସି ସରକାରୀ ପ୍ରତିନିଧି ପାକିସ୍ତାନ ଜାତୀୟ ଦିବସରେ ସାମିଲ ହେବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନର ଜାତୀୟ ଦିବସ ଅବସରରେ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନିମନ୍ତ୍ରଣ କରିଥିବାରୁ ଏପରି ନିଷ୍ପତ୍ତି ସରକାର ନେଇଛନ୍ତି। ତେବେ ଚଳିତଥର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ଏହି ଜାତୀୟ ଦିବସ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନ ପାଳନ କରୁଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୩, ୧୯୪୦ ମସିହାରେ ଜିନ୍ନାଙ୍କ ନେତୃତ୍ଵରେ ମୁସଲିମ ଲିଗ ଦଳ ସବୁ ମୁସଲିମ ବହୁଳ ଅଞ୍ଚଳକୁ ମିଶାଇ ଏକ ସ୍ବାଧୀନ ମୁସଲିମ ରାଜ୍ୟ ଗଠନ ହେଲା ବୋଲି ଘୋଷଣା କରିଥିଲା। ଏହି ଘୋଷଣା ମୁସଲିମ ଲିଗର ଲାହୋର ଅଧିବେଶନରେ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ମୁସଲିମ ରାଜ୍ୟ ପାକିସ୍ତାନ ନାମରେ ନାମିତ ହୋଇଛି। ବ୍ରିଟେନ ଶାସନ କାଳରେ ଏହାକୁ ମୁସଲିମମାନଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଏ। କାରଣ ଦୀର୍ଘ ବର୍ଷ ଧରି ମୁସଲିମ ଧର୍ମାବଲମ୍ବୀମାନେ ନିଜର ଏକ ସ୍ବତନ୍ତ୍ର ରାଜ୍ୟ ବା ଦେଶ ଗଠନ ପାଇଁ ଦାବି କରୁଥିଲେ। ପ୍ରତିବର୍ଷ ପାକିସ୍ତାନ ପକ୍ଷରୁ ଏହି ଦିବସକୁ ଜାତୀୟ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ।
ନିକଟରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଓ ପାକିସ୍ତାନର ବାଲାକୋଟରେ ଭାରତ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଓ ତିକ୍ତତା ବଢ଼ି ଚାଲିଛି। ଆତଙ୍କବାଦୀ ଆକ୍ରମଣ ପଛରେ ବିଚ୍ଛିନ୍ନତାବାଦୀ ନେତାଙ୍କ ସମର୍ଥନ ରହିଥିବା ଜଣାପଡ଼ିବା ପରେ ଭାରତ ନିଜ ଆଭିମୁଖ୍ୟ  ଆହୁରି କଠୋର କରିଛି।


from Odisha Reporter https://ift.tt/2UQXuxs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages