
ବରିପଦା (ମାଣିକ ଲାଲ ପାଣି): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ସ୍ଥିତ ସୀତାକୁଣ୍ଡ ଜଳପ୍ରପାତରେ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅକ୍ଷୟ ଶର୍ମା (୨୨)। ତାଙ୍କ ଘର ବାଲେଶ୍ୱରର ବିବେକାନନ୍ଦ ମାର୍ଗରେ ବୋଲି ଜଣାପଡ଼ିଛି।
ସୀତାକୁଣ୍ଡ ପାଖରେ ଭୋଜି କରିବା ବେଳେ ଏ ଘଟଣା ଘଟିଥିଲା।
ଅକ୍ଷୟ ତାଙ୍କର ଆଉ ତିନି ଜଣ ସାଙ୍ଗଙ୍କ ସହିତ ଆଜି ଭୋଜି କରିବା ପାଇଁ ଏଠାକୁ ଆସିଥିଲେ। ତେବେ ଗାଧୋଇବା ବେଳେ ସେ ବୁଡ଼ି ଯାଇଥିଲେ।
ଅକ୍ଷୟଙ୍କୁ ତାଙ୍କ ସାଙ୍ଗମାନେ ଉଦ୍ଧାର କରି ବାରିପଦା ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
from Odisha Reporter https://ift.tt/2FrRyFB
No comments:
Post a Comment