ଖରାରେ କୁଲ୍‌-ଶୀତରେ ହଟ୍‌, କିପରି ରହିବେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଖରାରେ କୁଲ୍‌-ଶୀତରେ ହଟ୍‌, କିପରି ରହିବେ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆରମ୍ଭ ହେଲାଣି ଖରା ଦିନ। ଏବେଠୁ ଅସହ୍ୟ କଲାଣି ତାତି। ଖରାକୁ ବାହାରିବା ମାତ୍ରେ ଦେହରୁ ଗମ୍‌ଗମ୍‌ ଝାଳ ବୋହି ଯାଉଛି। ହେଲେ ଏଥିରୁ ମୁକ୍ତି ଦେବା ଲାଗି ୟୁନିଭରସିଟି ଅଫ୍‌ ମେରିଲ୍ୟାଣ୍ଡର ଗବେଷକମାନେ ଏକ ନୂଆ ଫ୍ୟାବ୍ରିକ୍‌ର ଉଦ୍ଭାବନ କରିଛନ୍ତି। ଏହାକୁ ପିନ୍ଧିବା ମାତ୍ରେ  ଶରୀରର ତାପମାତ୍ରା ଅଟୋମେଟିକ୍ ନିୟନ୍ତ୍ରଣକୁ ଆସିଯାଇଥାଏ। ଫଳରେ ତାପମାତ୍ରା ଯେତେ ବଢିଲେ ବି ଏହାକୁ ପିନ୍ଧିଥିବା ଲୋକେ ଆରାମ୍‌ ଅନୁଭବ କରିଥାନ୍ତି।

ଏହି  ଫ୍ୟାବ୍ରିକ୍‌ର ଡ୍ରେସ୍‌ ମ୍ୟାଟେରିଆଲ ଖରା ଦିନେ କୁଲ୍‌ ରଖିବ, ଆଉ ଶୀତଦିନେ ଉଷୁମ ମଧ୍ୟ ରଖିବ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ।  ଶୀତ ଦିନେ ମଧ୍ୟ ଏହି ସମାନ ଫ୍ୟାବ୍ରିକ୍‌ର ଡ୍ରେସ୍‌  ଆମେ ପିନ୍ଧି ପାରିବା। ଏହା ଶୀତ ବସ୍ତ୍ର, ଜ୍ୟାକେଟ୍‌ ପରି ବେଶି ଓଜନିଆ ମଧ୍ୟ ନୁହେଁ।

ତେଣୁ ଏଣିକି ଋତୁ ବଦଳିବ, ହେଲେ ସେହି ଅନୁଯାୟୀ ଡ୍ରେସ୍‌ ବଦଳାଇବାର ଟେନସନ୍‌ ଆଉ ରହିବ ନାହିଁ। ଏହା ଫ୍ୟାସନେବୁଲ ସହ ପିନ୍ଧିବାକୁ ଖୁବ୍‌ ଆରାମଦାୟକ ମଧ୍ୟ। ତେଣୁ ଯୁବପିଢି ଏହାକୁ ଖୁବ୍‌ ପସନ୍ଦ କରିବେ ବୋଲି ଗବେଷକମାନେ ମତ ରଖିଛନ୍ତି। ସେମାନେ କହିଛନ୍ତି ଯେ, ଏହି ଫ୍ୟାବ୍ରିକ୍‌ କପଡ଼ାରୁ ବାହାରୁଥିବା ହିଟ୍‌କୁ ରେଗୁଲେଟ କରିବାକୁ ସକ୍ଷମ ହୋଇଥାଏ। ବଦଳୁଥିବା ଋତୁ ଅନୁଯାୟୀ, ଶରୀରର ତାପମାତ୍ରାକୁ ଏହା ନିୟନ୍ତ୍ରିତ କରିଥାଏ।

ଜର୍ନାଲ ଅଫ୍‌ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି କପଡ଼ାରେ ଏକ ନାନୋଟ୍ୟୁବ୍‌ ଲାଗିଛି। ଏହା ଏକ ସ୍ୱୟଂଚାଳିତ ମେଶିନ।  ଶରୀରର ତାପମାତ୍ର ବଢିଲେ ଏହା ସଙ୍କୁଚିତ ହୋଇଯାଏ। ସେହିପରି ଶରୀରର ତାପମାତ୍ରା କମ୍‌ ରହିଲେ, ଏହା ସମ୍ପ୍ରସାରିତ ହୋଇଯାଇଥାଏ।

ଗବେଷକଙ୍କ ମତରେ, ଏହି ଫ୍ୟାବ୍ରିକ୍‌ର କପଡ଼ା ପିନ୍ଧିଥିବା ବ୍ୟକ୍ତିଙ୍କ ଶରୀରର ତାପମାତ୍ରାକୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ନିୟନ୍ତ୍ରଣାଧୀନ କରାଯାଇପାରେ। ଅତ୍ୟଧିକ ଗରମରେ ମଧ୍ୟ ଏହି  ଫ୍ୟାବ୍ରିକ୍‌ର ଡ୍ରେସ୍‌ ପିନ୍ଧିଥିବା ବ୍ୟକ୍ତି ଆରାମ ଅନୁଭବ କରିଥାନ୍ତି। ବାହ୍ୟ ତାପମାତ୍ରାକୁ ଏହା ଆପେଆପେ ନିୟନ୍ତ୍ରଣକୁ ଆଣିଥାଏ। ଏହାକୁ ଭିନ୍ନ ଭାବେ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ଉପରେ ମେଟାଲର କୋଟିଂ ବି ରହିଛି। ଶରୀରର ତାପମାତ୍ରା ହିସାବରେ ଏହା କମ୍‌ବେଶୀ ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି ।



from Odisha Reporter https://ift.tt/2XWRBkj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages