
ବାଲିଗୁଡ଼ା (ଅଜିତ ନାୟକ): ପୁଣି ଥରେ ଲାଲ ବାହିନୀ କନ୍ଧମାଳ ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିଛି। ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ଲାଲବାହିନୀ ଏଠାରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି।
ଆଜି ସକାଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ସକୁଙ୍ଗିଆ ଛକର ୫୯ ଜାତୀୟ ରାଜପଥ କଡ଼ରେ ନକ୍ସଲଙ୍କ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା। ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ତରଫରୁ ଏହି ପୋଷ୍ଟର ଓ ବ୍ୟାନର ଲଗାଯାଇଥିଲା।
ପୋଷ୍ଟର ଓ ବ୍ୟାନରରେ ଭୋଟ୍ ବର୍ଜନ କରିବାକୁ ନକ୍ସଲମାନେ ଆହ୍ୱାନ ଦେଇଛନ୍ତି। ଏହା ସହିତ ବିପ୍ଲବୀ ସରକାର ଗଢ଼ିବାକୁ ଅନୁରୋଧ କରିଛନ୍ତି।
ଭୋଟ୍ କଥା ଯିଏ କହୁଛି ସିଏ ସାମ୍ରାଜ୍ୟବାଦର ଦଲାଲ ବୋଲି ନକ୍ସଲମାନେ ଏହି ପୋଷ୍ଟର ଜରିଆରେ ଉଲ୍ଲେଖ କରିଥିଲେ।
from Odisha Reporter https://ift.tt/2UAa43Y
No comments:
Post a Comment