
ନୂଆଦିଲ୍ଲୀ: ଗତ କିଛି ଦିନର ଘୋଡ଼ାଦୌଡ଼ ପରେ ଲୋକପ୍ରିୟ ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ ଟି-ସିରିଜ୍ ସବ୍ସ୍କ୍ରାଇବର ସଂଖ୍ୟାରେ ପ୍ୟୁଡାଇପାଇକୁ ପଛରେ ପକାଇ ଡିଜିଟାଲ ଦୁନିଆର ବାଦଶାହ ହେବାର ଗୌରବ ଲାଭ କରିଛି। ଶେଷ ଖବର ସୁଦ୍ଧା ପ୍ୟୁଡାଇପାଇଠାରୁ ୨୭ ହଜାର ସବ୍ସ୍କ୍ରାଇବର ଆଗରେ ଅଛି ଟି-ସିରିଜ୍। ଆଜି ୨.୩୫ ବେଳକୁ ପ୍ୟୁଡାଇପାଇ ଏବଂ ଟିସିରିଜ୍ର ସବ୍ସ୍କ୍ରାଇବର ସଂଖ୍ୟା ଯଥାକ୍ରମେ ୯୦,୪୭୮,୫୧୨ ଏବଂ ୯୦,୫୦୫,୬୩୫ ଥିଲା। ଏହା ପ୍ରତି ସେକେଣ୍ଡରେ ବଢ଼ିବାରେ ଲାଗିଛି।
ତେବେ ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମାତ୍ର ୮ ସେକେଣ୍ଡ ପାଇଁ ଟି-ସିରିଜ୍ ଆଗରେ ଥିଲା। କିନ୍ତୁ ଏଥରର ସଫଳତା ବୃହତ। ଘଣ୍ଟା ପରେ ଘଣ୍ଟା ବିତିଚାଲିଥିବାବେଳେ ପାର୍ଥକ୍ୟ ମଧ୍ୟ ବଢ଼ିଚାଲିଛି।
ପ୍ୟୁଡାଇପାଇ ବେଶ୍ କିଛି ବର୍ଷ ଧରି ସଫଳ ୟୁଟ୍ୟୁବ୍ ଚ୍ୟାନେଲ ସାବ୍ୟସ୍ତ ହୋଇଆସିଛି। କିନ୍ତୁ ଗତ ବର୍ଷକରେ ହିଁ ହଠାତ୍ ଟି-ସିରିଜ୍ର ଲୋକପ୍ରୟତା ବଢ଼ିବାରେ ଲାଗିଥିଲା। ୨୦୧୮ରେ ଏହି ସଂଖ୍ୟା ଖୁବ୍ କମ୍ ଅର୍ଥାତ ମାତ୍ର ୩୦ ଲକ୍ଷ ଥିଲା। ଚଳିତ ବର୍ଷ ହିଁ ଟ୍ୱିଟର ସିଇଓ ଭୂଷଣ କୁମାର ଏକ ଭିଡିଓ ଜରିଆରେ ଟ୍ୱିଟରରେ ଆହ୍ୱାନ କରିଥିଲେ ଏକ ଭାରତୀୟ ଚ୍ୟାନେଲ ହିସାବରେ ସମସ୍ତେ ଏହାକୁ ସବ୍ସ୍କ୍ରାଇବ୍ କରନ୍ତୁ ଏବଂ ନମ୍ବର ୧ କରିବାରେ ସହାୟତା କରନ୍ତୁ। ସେ କହିଥିଲେ ବାପା ଗୁଲ୍ଶନ୍ କୁମାରଙ୍କ ସ୍ୱପ୍ନ ସାକାର କରିବା ପାଇଁ ମୁଁ ଏହି ଚ୍ୟାନେଲ ଆରମ୍ଭ କରିଥିଲି। ବର୍ତ୍ତମାନ ଏହା ଆପଣମାନଙ୍କର ଏବଂ ଦେଶର, ଏହାକୁ ନମ୍ବର ୧ କରିବା ଭାରତ ପାଇଁ ଗୌରବର ବିଷୟ ହେବ।
ଏହି ଭିଡିଓର ଉତ୍ତର ମଧ୍ୟ ରଖିଥିଲା ପ୍ୟୁଡାଇପାଇ। ଏହି କମ୍ପାନୀ ଟ୍ୱିଟ୍ କରିଥିଲା, ସେମାନେ ନମ୍ବର ୧ ହେବାକୁ ବହୁତ ବ୍ୟାକୁଳ ହେଲେଣି। ଏପରିକି ଟେସ୍ଲାର ସିଇଓ ଏଲନ୍ ମସ୍କ ଏବଂ ଅନ୍ୟ କିଛି ପ୍ରସିଦ୍ଧ ବ୍ୟକ୍ତିତ୍ୱ ମଧ୍ୟ ଏହି କମ୍ପାନୀ ପାଇଁ ଓକିଲାତି କରିଥିଲେ।
ନ୍ୟୁଜିଲ୍ୟାଣ୍ଡରେ ଘଟିଥିବା କ୍ରାଏଷ୍ଟ ଚର୍ଚ୍ଚ ନରସଂହାର ଘଟଣାର ହତ୍ୟାକାରୀ ମଧ୍ୟ ଏକ ଭିଡିଓରେ ଏହି ଚ୍ୟାନେଲର ନାମ ନେଇଥିଲା। ଚର୍ଚ୍ଚା ହେଉଛି ଏହା ହିଁ ହୁଏତ ପ୍ୟୁଡାଇପାଇ ପାଇଁ ଦୁର୍ଭାଗ୍ୟ ନେଇଆସିଥିଲା।
from Odisha Reporter https://ift.tt/2TZKfx1
No comments:
Post a Comment