ଚର୍ଚ୍ଚାରେ ଗଣିତ ଶିକ୍ଷକ: ଶିଖାଉଛନ୍ତି ପ୍ରେମ ସୂତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଚର୍ଚ୍ଚାରେ ଗଣିତ ଶିକ୍ଷକ: ଶିଖାଉଛନ୍ତି ପ୍ରେମ ସୂତ୍ର

ଚର୍ଚ୍ଚାରେ ‘ଲଭ୍‌ ଗୁରୁ’। ମହିଳା ମହାବିଦ୍ୟାଳୟରେ ଗଣିତ ବଦଳରେ ପ୍ରେମ ପାଠ ପଢ଼ାଉଥିବା ଶିକ୍ଷକ ଏବେ ଚର୍ଚ୍ଚାରେ। ହରିୟାଣାର ଏକ ସରକାରୀ ମହିଳା ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଚରଣ ସିଂହ ପିଲାମାନଙ୍କୁ ଲଭ୍‌ ଫର୍ମୁଲା ବୁଝାଉଥିବାର ଭିଡିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। କଲେଜ୍‌ର ଜନୈକା  ଛାତ୍ରୀ ଏହି ଭିଡିଓକୁ ରେକର୍ଡ କରି ସୋଶାଲ୍‌ ମିଡିଆରେ ଶେଆର କରିଥିଲେ।

ଭିଡିଓ ଭାଇରାଲ୍‌ ହେବା ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସଂପୃକ୍ତ ‘ପ୍ରେମ ଗୁରୁ’ ଚରଣ ସିଂହଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ଜାଣାପଡିଛି।

ସୂଚନା ଅନୁଯାୟୀ, ‘ପ୍ରେମ ଗୁରୁ’ ଚରଣ ସିଂହ ଛାତ୍ରୀମାନଙ୍କ ନିକଟତର ହେବା ପାଇଁ ସେମାନଙ୍କୁ ‘ପ୍ରେମ ସୂତ୍ର’ ପଢ଼ାଉ ଥିଲେ। ‘ପ୍ରେମ ସୂତ୍ର’କୁ ଛାତ୍ରୀମାନଙ୍କୁ ବୁଝାଇବାକୁ ଯାଇ ପ୍ରେମ ଗୁରୁ ବ୍ଲାକ୍‌ବୋର୍ଡରେ ଲେଖିଥିଲେ: ‘କ୍ଲୋଜ୍‌ନେସ୍‌ – ଆଟ୍ରାକ୍‌ସନ୍‌ = ଫ୍ରେଣ୍ଡଶିପ୍‌’; ‘କ୍ଲୋଜ୍‌ନେସ୍‌ + ଆଟ୍ରାକ୍‌ସନ୍‌ = ରୋମାଣ୍ଟିକ୍‌ ଲଭ୍‌’ ଏବଂ ‘ଆଟ୍ରାକ୍‌ସନ୍‌ – କ୍ଲୋଜ୍‌ନେସ୍‌ = କ୍ରସ୍‌’… ଇତ୍ୟାଦି, ଇତ୍ୟାଦି!

‘ପ୍ରେମ ସୂତ୍ର’ ସବୁ ଖାଲି ପଢ଼ାଉ ନଥିଲେ ସେସବୁକୁ ବ୍ଲାକ୍‌ବୋର୍ଡରେ ଲେଖି ତାହାର ତର୍ଜମା ଓ ବ୍ୟାଖ୍ୟା ମଧ୍ୟ କରୁଥିଲେ।  ଏହି ସବୁ ସୂତ୍ରର ବ୍ୟବହାର ଓ ପାଳନ କଲେ ନିଜର ପ୍ରେମ ଓ ବୈବାହିକ ଜୀବନ କିପରି ସୁଖମୟ ହୋଇପାରିବ, ସେ ସଂପର୍କରେ ମଧ୍ୟ ଛାତ୍ରୀମାନଙ୍କୁ ବୁଝାଉ ଥିଲେ ‘ପ୍ରେମ ଗୁରୁ’ ଚରଣ ସିଂହ।

 



from Odisha Reporter https://ift.tt/2YduRMM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages