
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ସିପିଏମ୍ ସହିତ କଂଗ୍ରେସ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା। ଏଥିପାଇଁ ଦୁଇ ଦଳ ପକ୍ଷରୁ ଘନ ଘନ ବୈଠକ ବସୁଥିଲା। ଏପରିକି ଆସନ ବୁଝାମଣା ନେଇ ମଧ୍ୟ ଆଲୋଚନା ହେଉଥିଲା। ହେଲେ ଏହି ଚର୍ଚ୍ଚାର ଅବସାନ ଘଟିଛି। ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ସିପିଏମ୍ ମେଣ୍ଟ କରିବନି। ବିଜେପି ଓ ବିଜେଡିକୁ ଶାସନ କ୍ଷମତାଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା ହେବ। ଆଜି ଏହା ସ୍ପଷ୍ଟ କରିଛନ୍ତି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ।
ଦିଲ୍ଲୀରେ ୟେଚୁରୀ କହିଛନ୍ତି, ରାଜ୍ୟରେ କଂଗ୍ରେସ କିମ୍ବା ଅନ୍ୟ କାହା ସହ ଆମର ମେଣ୍ଟ ହେବନି। କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା ହେବ। ବଣାଇ ବିଧାନସଭା ଆସନରେ ସିପିଏମ୍ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ ଆମେ କଂଗ୍ରେସକୁ ସମର୍ଥନ କରିବୁ। ବିଜେପି, ବିଜେଡି ବିରୋଧରେ ଭୋଟ ଯିବା ଆମର ମୂଳଲକ୍ଷ୍ୟ। ସଂସଦୀୟ କ୍ଷେତ୍ରରେ ବିଜେପିକୁ ଦୂରେଇ ରଖିବା ଓ ବିଧାନସଭା କ୍ଷେତ୍ରରେ ବିଜେଡି ବିରୋଧରେ ଭୋଟ ଯିବା ଆମ ଲକ୍ଷ୍ୟ।”
from Odisha Reporter https://ift.tt/2TqxrzF
No comments:
Post a Comment