ଘରେ ପଶି ମାରିବେ ଏହି ଜାସୁସ୍‌: ପାକିସ୍ତାନକୁ ଧମକ, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଘରେ ପଶି ମାରିବେ ଏହି ଜାସୁସ୍‌: ପାକିସ୍ତାନକୁ ଧମକ, ଭିଡିଓ ଭାଇରାଲ୍‌

ମୁମ୍ବାଇ: ଜନ୍‌ ଆବ୍ରାହମ୍‌ଙ୍କ ଆଗାମୀ ଫିଲ୍ମ ‘ର’(RAW- Romeo Akbar Walter) ‘ରୋମିଓ ଆକ୍‌ବର୍‌ ୱେଲ୍‌ଟର’ର ଟ୍ରେଲର୍‌  ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଜନ୍‌ ଆବ୍ରାହମ୍‌ ଭିନ୍ନ ଭିନ୍ନ ଲୁକ୍‌ରେ ଆସିଛନ୍ତି। ଆତଙ୍କବାଦ୍ ପ୍ରସଙ୍ଗରେ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଏହି ଫିଲ୍ମର ମୁଖ୍ୟ କାହାଣୀ। ଫିଲ୍ମରେ ଆବ୍ରାହମ୍‌ଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍‌, ସିକନ୍ଦର ଖେର୍‌ ଏବଂ ସୁଚିତ୍ରା କ୍ରୀଷ୍ଣାମୂର୍ତ୍ତିଙ୍କ ଭଳି ଅଭିନେତା ଅଛନ୍ତି। ‘ର’ ଫିଲ୍ମର କାହାଣୀ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପର୍ଯ୍ୟବଶିତ। ଫିଲ୍ମରେ ଜନ୍‌ ଆବ୍ରାହମ୍‌ ଗୁପ୍ତଚର ଭୂମିକାରେ ଆସିବେ। ଆଉ ତାଙ୍କର ମିଶନ୍‌ ପାକିସ୍ତାନ୍‌ ଭିତରେ ରହିଛି।  ଫିଲ୍ମର ଟ୍ରେଲର ଖୁବ୍‌ ଦମ୍‌ଦାର ହୋଇଛି। ଫିଲ୍ମଟିକୁ ନେପାଳ, ଗୁଜରାଟ, ଦିଲ୍ଲୀ, ଶ୍ରୀନଗରରେ ସୁଟିଂ ରାଯାଇଛି।

ଚଳଚ୍ଚିତ୍ରରେ ଜାତୀୟ ପୁରସ୍କାର ବିଜେତା ତଥା ମେକଅପ୍‌ ଆର୍ଟିଷ୍ଟ  ବିକ୍ରମ ଗାୟକୱାର୍ଡ଼ ଏବଂ କଷ୍ଟିୟୁମ୍‌ ଡିଜାଇନର୍‌ ଅମିର ପୁଲୱାନିଙ୍କୁ ଚୟନ କରାଯାଇଛି। ତେବେ ‘ର’ରେ ନିଜ କାହାଣୀ ବିଷୟରେ ଜନ୍‌ ଆବ୍ରାହମ୍‌ ଖୁଲାସା କରିଛନ୍ତି। ତାଙ୍କ କହିବା ଅନୁଯାୟୀ,ଦେଶ ପାଇଁ ଯିଏ ସବୁକିଛି ବଳିଦାନ ଦେଇଛନ୍ତି ତାଙ୍କରି ଉଦ୍ଦେଶ୍ୟରେ ଏହି ଫିଲ୍ମ ନିର୍ମାଣ ହୋଇଛି।

ଯେଉଁମାନଙ୍କୁ କେହି ଚିହ୍ନନ୍ତି ନାହିଁ କି ଜାଣନ୍ତିନି। ମୋର ଏହି ଅଭିନୟ ମୋ କ୍ୟାରିୟରର ସବୁଠାରୁ ଚ୍ୟାଲେଞ୍ଜପୂର୍ଣ୍ଣ। ତେବେ ଫିଲ୍ମର ଗୋଟିଏ ଡାଇଲଗ୍‌ ଭାଇରାଲ ହେଉଛି। ଯେଉଁଥିରେ କୁହାଯାଉଛି ଯେ, ‘ପାକିସ୍ତାନ କେ ଉସ୍‌କେ ହିଁ ଘରମେ ଘୁଷକେ ମାରେଗା ୟେ ଜାସୁସ୍‌’। ଯାହାର ଭିଡିଓ ଭାଇରାଲ ହେଉଛି। ଫିଲ୍ମଟିକୁ ରବି ଗ୍ରେୱାଲ ନିର୍ଦ୍ଦେଶନା ଦେଇଥିବା ବେଳେ ଅଜୟ କପୁର ପ୍ରଡ୍ୟୁସ୍‌ କରିଛନ୍ତି।



from Odisha Reporter https://ift.tt/2NMMBKk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages