ସୁପର ଓଭରରେ ଜିତିଲା ଦକ୍ଷିଣ ଆଫ୍ରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ସୁପର ଓଭରରେ ଜିତିଲା ଦକ୍ଷିଣ ଆଫ୍ରିକା

କେପ୍ ଟାଉନ: ଡେଭିଡ୍ ମିଲରଙ୍କ ଦମଦାର ପ୍ରଦର୍ଶନକୁ ଆଧାର କରି ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ନ୍ୟୁଲ୍ୟାଣ୍ଡସରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୪ ରନ୍ କରି ମ୍ୟାଚ୍ ଟାଇ କରିଥିଲା।

ଏହା ପରେ ସୁପର ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା ୧ ଓଭରରେ ୧୪ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ମାତ୍ର ୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ବ୍ୟାଟିଂ ଓ ଚମତ୍କାର ୱିକେଟକିପିଙ୍ଗ୍ ପାଇଁ ମିଲରଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ୧୩୫ ରନର ସହଜ ଲକ୍ଷ୍ୟର ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ୩ ୱିକେଟ୍ ହରାଇ ୧୧୮ ରନ୍ କରି ମଜଭୁତ ସ୍ଥିତିରେ ଥିଲା।

ଏହି ସମୟରେ ଘରୋଇ ଦଳକୁ ବିଜୟ ପାଇଁ ୨୨ ବଲରେ ୧୭ ରନ୍ ଆବଶ୍ୟକ ହେଉଥିଲା। କିନ୍ତୁ ଶେଷ ୪ ଓଭରରେ ଭ୍ରମଣକାରୀ ଦଳର ଭେଟେରାନ୍ ବୋଲର ଲସିଥ ମାଲିଙ୍ଗା ଓ ଧନଞ୍ଜୟ ଡି’ସିଲଭା ଚମତ୍କାର ବୋଲିଂ କରି ଦକ୍ଷିଣ ଆଫ୍ରିକା ସ୍କୋରକୁ ୧୩୪ ରନରେ ସୀମିତ ରଖିଥିଲେ। ଘରୋଇ ଦଳ ପକ୍ଷରୁ ମିଲର ସର୍ବାଧିକ ୪୧ (୨୩ ବଲ୍, ୫ ଚୌକା, ୧ ଛକା) ରନ୍ କରିଥିବା ବେଳେ ଭାନ୍ ଡର ଡୁସେନ୍ ୩୪ ଓ ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ୨୧ ରନ୍ କରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ୨ଟି ୱିକେଟ୍ ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ପକ୍ଷରୁ କାମିନ୍ଦୁ ମେଣ୍ଡିସ୍ ସର୍ବାଧିକ ୪୧ (୨୯ ବଲ୍) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଡିଲେ ଫେଲୁକୱାୟୋ ୨୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।



from Odisha Reporter https://ift.tt/2Oi0oIN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages