କଂଗ୍ରେସକୁ ମୋଦିଙ୍କ ‘ବଂଶବାଦ’ ଟାର୍ଗେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

କଂଗ୍ରେସକୁ ମୋଦିଙ୍କ ‘ବଂଶବାଦ’ ଟାର୍ଗେଟ୍‌

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ବଂଶବାଦକୁ ପ୍ରସଙ୍ଗ କରି କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଭାରତର ବିଭିନ୍ନ ଅନୁଷ୍ଠାନ ବଂଶବାଦ ରାଜନୀତି କାରଣରୁ ନଷ୍ଟ ହୋଇଛି। ବୁଧବାର ମୋଦି କହିଥିଲେ ୨୦୧୪ ମସିହାରେ ଲୋକେ ବଂଶବାଦ ଛାଡ଼ି ସାଧୁବାଦ, ବିନାଶ ଛାଡ଼ି ବିକାଶକୁ ବାଛିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ଆପଣମାନେ ଭୋଟ୍‌ ଦେବା ସମୟରେ ଆପଣମାନେ ମନେ ପକାଇବା ଆବଶ୍ୟକ, ଏକ ପରିବାର କ୍ଷମତା ଦଖଲ କରିବ ବୋଲି ଆମ ଦେଶକୁ କ’ଣ କ’ଣ କ୍ଷତି ସହିବାକୁ ପଡ଼ିଛି। ଯଦି ସେମାନେ ସେତେବେଳେ କରିପାରିଥିଲେ, ଏବେ ମଧ୍ୟ ତାହା ପୁର୍ନବାର କରାଇବେ।

ପ୍ରଧାନମନ୍ତ୍ରୀ ଅଭିଯୋଗ ଆଣିଛନ୍ତି କଂଗ୍ରେସ କୋର୍ଟର ଅବମାନନା କରୁଛି। ମୋଦି ଆହୁରି ମଧ୍ୟ କହିଥିଲେ, ଆଇନଗତ ମାମଲାରେ ସେମାନଙ୍କ ଆଚରଣରୁ ଏହା ସ୍ପଷ୍ଟ। ବର୍ତ୍ତମାନ ତାଙ୍କର ବରିଷ୍ଠ ନେତାମାନେ ବିଭିନ୍ନ ମାମଲାରେ ଜାମିନରେ ଅଛନ୍ତି। ଯେତେବେଳେ ସେମାନଙ୍କୁ ଏହି ସବୁ ମାମଲାରେ ପଚରାଉଚରା କରାଯାଏ ସେମାନେ ଉତ୍ତର ରଖିବାକୁ ସାହସ କରନ୍ତିନି। ସେ ଦାୟିତ୍ୱସମ୍ପନ୍ନ ହେବାକୁ ଭୟଭୀତ ନା ସେମାନେ ଏଥିରେ ବିଶ୍ୱାସ କରନ୍ତିନି ?

ମୋଦି ଏହି ପ୍ରସଙ୍ଗ ସେତେବେଳେ ଉଠାଇଛନ୍ତି, ଯେତେବେଳେ କି କଂଗ୍ରେସ ବିଭିନ୍ନ ରାଷ୍ଟ୍ରୀୟ ଅନୁଷ୍ଠାନରେ ପିଏମ୍‌ଓର ହସ୍ତକ୍ଷେପ ନେଇ ଅଭିଯୋଗ କରିଆସୁଛି। ସେ ପୂରୁଣା କଥା ମନେ ପକାଇ କହିଥିଲେ, ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଥିବା ଯୋଜନା ବୋର୍ଡକୁ ‘ବଞ୍ଚ ଅଫ୍‌ ଜୋକର୍ସ’ ବୋଲି କହିଥିଲେ। ଏଥିରୁ ଅନୁମେୟ କଂଗ୍ରେସ ଅନୁଷ୍ଠାନମାନଙ୍କୁ କିପରି ବିଚାର କରାଯାଏ।

ଅନ୍ୟପକ୍ଷରେ ୨୦୦୩ ମସିହାରେ ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷ ତଥା ସେତେବେଳେ କେବଳ ସାଂସଦ ଥିବା ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀରେ ଏକ ବିଧେୟକ ଖଣ୍ଡ ଖଣ୍ଡ ଚିରିଦେବାକୁ ନେ ମଧ୍ୟ ମୋଦି ସମାଲୋଚନା କରିଥିଲେ। ସେ କହିଥିଲେ କୌଣସି ମନ୍ତ୍ରଣାଳୟର ସଦସ୍ୟ ନଥାଇ ଜଣେ କେନ୍ଦ୍ର କ୍ୟାବିନେଟ୍‌ ନିର୍ଦ୍ଧାରିତ ବିଧେୟକକୁ କିଭଳି ଚିରିଦେବ, ତାକୁ ‘ନନ୍‌ସେନ୍ସ’ କେମିତି କହିବ। ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାସନାଲ ଆଡଭାଇଜରୀ କାଉନ୍‌ସିଲ୍‌ ପିଏମ୍‌ଓର ସମାନ୍ତରାଳ ଭାବରେ କାମ କରୁଥିବାବେଳେ କଂଗ୍ରେସ ଅନୁଷ୍ଠାନଙ୍କ ସ୍ୱାଧୀନତା ବାବଦରେ ପ୍ରଶ୍ନ ଉଠାଉଛି।

ସେ ଆହୁରି ମଧ୍ୟ ନିଜ ସରକାରର ପ୍ରଶଂସା କରି କହିଥିଲେ, ବର୍ତ୍ତମାନ ଭାରତୀୟ ଅର୍ଥନୀତି ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ପରିମଳରେ ଭାରତ ବର୍ତ୍ତମାନ ବହୁତ ଆଗେଇ ୨୦୧୪ ମସିହାର ୩୮%ରୁ ବର୍ତ୍ତମାନ ୯୮%କୁ ପହଞ୍ଚିଛି। ସମସ୍ତଙ୍କ ପାଖରେ ବାଙ୍କ ପହଞ୍ଚିବା ସହିତ ଯାହାକୁ ଆବଶ୍ୟକ ସେମାନଙ୍କୁ ଅର୍ଥ ଯୋଗାଇ ଦିଆଯାଇଛି। ଗୃହହୀନଙ୍କୁ ଘର, ଗରିବଙ୍କୁ ସ୍ୱାସ୍ଥ୍ୟସେବା ଏବଂ ଯୁବକଙ୍କୁ ଶିକ୍ଷା ଆଦିରେ ଭାରତ ସଫଳ ହୋଇଛି ବୋଲି ମୋଦି କହିଛନ୍ତି।



from Odisha Reporter https://ift.tt/2HxYMub

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages