ଅଭିନନ୍ଦନଙ୍କ ପାଇଁ ଟ୍ୱିଟ୍‌ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଅଭିନନ୍ଦନଙ୍କ ପାଇଁ ଟ୍ୱିଟ୍‌ କଲେ ପ୍ରଧାନମନ୍ତ୍ରୀ

abhinandan12

ନୂଆଦିଲ୍ଲୀ: ପାକିସ୍ତାନ ସେନା କବ୍‌ଜାରେ ୬୦ ଘଣ୍ଟା ରହିବା ପରେ ଗତକାଲି ରାତିରେ ଭାରତ ଫେରି ଆସିଛନ୍ତି ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ। ତାଙ୍କ ଘର ବାହୁଡ଼ାକୁ ସାରା ଦେଶ ଅପେକ୍ଷା କରି ରହିଥିବା ବେଳେ ଏଥିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ବାଦ୍ ପଡ଼ି ନଥିଲେ। ଅଭିନନ୍ଦନ ଭାରତରେ ପାଦ ଦେବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ତାଙ୍କୁ ସ୍ୱାଗତ କରିଥିଲେ।

ସେ ଟ୍ୱିଟ୍ କରି ଲେଖିଥିଲେ- ଘରକୁ ସ୍ୱାଗତ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ। ଆପଣଙ୍କ ଅଦମ୍ୟ ସାହସ ପାଇଁ ଦେଶ ଗର୍ବିତ। ଆମ ସେନା ୧୩୦ କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ମଧ୍ୟ ଟ୍ୱିଟ୍ କରି ଅଭିନନ୍ଦନଙ୍କୁ ସ୍ୱାଗତ କରିବା ସହିତ ତାଙ୍କ ପାଇଁ ସାରା ଦେଶ ଗର୍ବିତ ବୋଲି କହିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ବିଚଳିତ ନହୋଇ ଶାନ୍ତ ରହିଥିବାରୁ ସେ ଦେଶର ଯୁବକଯୁବତୀଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଫେପୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲକୋଟ୍‌ରେ ଆକ୍ରମଣ କରିଥିଲା। ଏଥିରେ ପୁଲୱାମା ଘଟଣାରେ ସଂପୃକ୍ତ ଆତଙ୍କବାଦୀ ସଂଗଠନ ‘ଜୈଶ-ଇ-ମହମ୍ମଦ’ର ସବୁଠୁ ବଡ଼ ଟ୍ରେନିଂ କ୍ୟାମ୍ପ ଧ୍ୱଂସ ହୋଇଯାଇଥିବା ବେଳେ ୩୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଭାରତର ଏୟାର୍ ଷ୍ଟ୍ରାଇକ୍‌ରେ ବିଚଳିତ ପାକିସ୍ତାନ ତା’ ପରଦିନ ହିଁ ଏହାର ଜବାବ ଦେବାକୁ ଭାରତୀୟ ବାୟୁସୀମାକୁ ଉଲ୍ଲଂଘନ କରିଥିଲା।

ଫେବୃଆରୀ ୨୭ ତାରିଖ ସକାଳ ପ୍ରାୟ ୧୦ଟା ବେଳେ ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬କୁ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ମିଗ୍‌-୨୧ ଜରିଆରେ ଜବାବ ଦେଇଥିଲେ। ସେ ପୁରୁଣା ମିଗ୍‌-୨୧ ଜରିଆରେ ନିଜର ପରାକ୍ରମ ଦେଖାଇ ପାକ୍‌ର ଅତ୍ୟାଧୁନିକ ଏଫ୍‌-୧୬ ଜେଟକୁ ଗୁଳି କରି ଖସାଇ ଦେଇଥିଲେ। ତେବେ ଆକାଶରେ ହୋଇଥିବା ଏହି ଲଢ଼େଇ ବେଳେ ଅଭିନନ୍ଦନଙ୍କ ମିଗ୍-୨୧ରେ ମଧ୍ୟ ଗୁଳି ବାଜିଥିଲା। ଦୁର୍ଭାଗ୍ୟବଶତଃ ସେ ପାକିସ୍ତାନ ଅଧିକୃତ କଶ୍ମୀରରେ ଆକାଶ ଛତା ଦ୍ୱାରା ଅବତରଣ କରିବାକୁ ବାଧ୍ୟ ହୋଇଥିଲେ। ତେବେ ଶତ୍ରୁ ପକ୍ଷ ହାତରେ ଯେମିତି ଗୁରୁତ୍ୱପୂର୍ଣ୍ଣ ମ୍ୟାପ୍‌ କିମ୍ବା ଦସ୍ତାବିଜ୍‌ ନ ଲାଗିବ, ତାହା ସେ ନିଶ୍ଚିତ କରିଥିଲେ। କିଛି କାଗଜ ସେ ଗିଳି ଦେବା ସହ ଆଉ କିଛି କାଗଜକୁ ପାଣିରେ ନଷ୍ଟ କରି ଦେଇଥିଲେ।

ପାକିସ୍ତାନୀ ସେନା ଏକ ଭିଡିଓ ଜାରି କରି ଅଭିନନ୍ଦନ ସେମାନଙ୍କ କବଜାରେ ଥିବା କଥା ଦାବି କରିଥିଲା। ପାକିସ୍ତାନ ସେନା ଆଗରେ ପାଇଲଟ୍‌ ଅଭିନନ୍ଦନ ମୁଣ୍ଡ ନୁଆଁଇ ନଥିଲେ ବରଂ ସେ ବୀରତ୍ୱର ପରିଚୟ ଦେଇ ପାକିସ୍ତାନ ଯେତେ ଗୁପ୍ତ ତଥ୍ୟ ନେବାକୁ ପ୍ରଶ୍ନ କରିଥିଲା, ତା’ର ଉତ୍ତର ଦେବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ।

ଅଭିନନ୍ଦନଙ୍କୁ ଗିରଫ କରି ଦମ୍ଭ ଦେଖାଉଥିବା ପାକିସ୍ତାନ ମାତ୍ର ୩୦ ଘଣ୍ଟା ଭିତରେ ତାଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଲା। କାରଣ- ଆଶଙ୍କା ଥିଲା, ଭାରତ ଦରକାର ପଡ଼ିଲେ ପୁଣିଥରେ ପାକିସ୍ତାନରେ ପଶିଯିବ। ସେହିପରି ବିଶ୍ୱ ସମୁଦାୟ ମଧ୍ୟ ଏହି ପ୍ରସଙ୍ଗରେ ଭାରତ ସହିତ ଥିଲେ।



from Odisha Reporter https://ift.tt/2VvoX7w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages