୨୯ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ରବିଶଙ୍କରଙ୍କୁ ମିଳିଲା ଏହି ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

୨୯ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ରବିଶଙ୍କରଙ୍କୁ ମିଳିଲା ଏହି ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଉତ୍କଳ ମଣ୍ଡପରେ୨୯ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏହି ଚଳଚ୍ଚିତ୍ର ସମାରୋହରେ ୨୦୧୭ ପାଇଁ ସମ୍ମାନଜନକ ଜୟଦେବ ପୁରସ୍କାର ରବିଶଙ୍କର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ସେହିପରି ସଂପାଦନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ରବିଶଙ୍କରଙ୍କୁ ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି।
ସେହିଭଳି ଫିଲ୍ମ ‘ହେଲୋ ଆର୍ସି’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି। ‘ହେଲୋ ଆର୍ସି’ର ନିର୍ଦ୍ଦେଶକ ସମ୍ବିତ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ପାର୍ଥସାରଥୀ ରାୟ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ଫିଲ୍ମ ‘ଲୈଲା ଓ ଲୈଲା’ ପାଇଁ ସନ୍ମିରା ନାଗେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ସତ୍ୟଜିତ ପ୍ରଧାନ ଓ ଅସୀମା ପଣ୍ଡାଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ସମ୍ମାନ ପ୍ରଦାନ କରାଯାଇଛି।

ତରଙ୍ଗ ସିନେ ପ୍ରଡକ୍ସନର ‘ତୁ ମୋ ଲଭ ଷ୍ଟୋରି’ ଫିଲ୍ମକୁ ୩ଟି ପୁରସ୍କାର ମିଳିଛି। ଶ୍ରେଷ୍ଠ ଚିତ୍ରନାଟ୍ୟ ପାଇଁ ଦେବୀଦତ୍ତ ମହାନ୍ତି, ଶ୍ରେଷ୍ଠ ଗୀତିକାର ଅରୁଣମନ୍ତ୍ରୀ ଓ ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବେ ସୁବାସ ବେହେରାଙ୍କୁ ପୁରସ୍କୃତ କରାଯାଇଛି।

ଓଡ଼ିଶା ସଂଗୀତ ନାଟକ ଏକାଡେମି ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଏବଂ ବିଜୟ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ଚଳଚ୍ଚିତ୍ର ପୁରସ୍କାର ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କର, ଧୀରେନ୍ଦ୍ରନାଥ ମଲ୍ଲିକ, ବିଜୟ ମଲ୍ଲ, ହିମାଂଶୁ ଖଟୁଆ, ଅମରେନ୍ଦ୍ର ମହାନ୍ତି ଏବଂ ପରୀକ୍ଷିତ ଜେନାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଆଜି ଷଷ୍ଠ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ।



from Odisha Reporter https://ift.tt/2EGvtmx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages