ଆଡ଼ଭାନୀଙ୍କ ଟିକଟ କଟିବା ପରେ ବିଜେପିକୁ କଂଗ୍ରେସର ସମାଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଆଡ଼ଭାନୀଙ୍କ ଟିକଟ କଟିବା ପରେ ବିଜେପିକୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ଚଳିତଥର ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଗାନ୍ଧୀନଗରରୁ ଟିକଟ ନମିଳିବା ପରେ ବିଜେପିକୁ ସମାଲୋଚନା କରିଛି କଂଗ୍ରେସ। ଟୁଇଟ କରି ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେତେବେଳେ ଦଳର ବରିଷ୍ଠ ନେତାଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନ ଦେଉନାହାନ୍ତି ଆଗାମୀ ଦିନରେ କିଭଳି ଦେଶବାସୀଙ୍କୁ ସମ୍ମାନ ଦେବେ ବୋଲି ପ୍ରଶ୍ନ କରିଛନ୍ତି।

ସେ ନିଜ ଟୁଇଟରରେ ଉଲ୍ଲେଖ କରିଛନ୍ତି ପ୍ରଥମେ ଆଡ଼ଭାନୀଙ୍କୁ ମାର୍ଗ ଦର୍ଶକ ମଣ୍ଡଳ କରି ବସାଇ ଦିଆଗଲା, ଏହାପରେ ସଂସଦୀୟ କ୍ଷେତ୍ରରୁ ଟିକଟ ଦେଇ ନାହିଁ ଦଳ। ତେଣୁ ବିଜେପି ହଟାଓ, ଦେଶ ବଞ୍ଚାଅ ବୋଲି ଉଲ୍ଲେଖ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ।

ସୂଚନାଯୋଗ୍ଯ ବିଜେପି ଗୁରୁବାର ଲୋକସଭା ନିର୍ବାଚନ ପାଇଁ ନିଜ ପ୍ରାର୍ଥୀଙ୍କ ନାଁ ପ୍ରଥମ ପର୍ଯ୍ଯାୟରେ ଘୋଷଣା କରିଛି। ଯେଉଁଥିୁରେ ଗୁଜରାଟ ଗାନ୍ଧୀନଗର ଆସନରୁ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଏଥର ଟିକଟ ମିଳିନାହିଁ। ତାଙ୍କ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ ଶାହା ଲଢ଼ିବେ ବୋଲି ଜଣାପଡ଼ିବେ ବୋଲି ଘୋଷଣା ହୋଇଛି। ତେବେ ଏହା ଅମିତ ଶାହାଙ୍କର ପ୍ରଥମ ଲୋକସଭା ନିର୍ବାଚନ ହେବ। ତେବେ କେଉଁ ଆଧାରରେ ଟିକଟ ଆଡ଼ଭାନୀଙ୍କୁ ଦିଆଯାଇ ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ। ତେବେ ଦଳ ପ୍ରଥମେ ୭୫ରୁ ଅଧିକ ବୟସ୍କ ନେତାଙ୍କୁ ଟିକଟ କାଟିବ ବୋଲି କହିଥିଲା। ହେଲେ ଏହାପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରି ଯୋଗ୍ଯତା ଓ ଜିତିବା ସୁଯୋଗକୁ ଆଧାର କରି ଟିକଟ ଦିଆଯାଉଥିବା ଜଣାପଡ଼ିଛି।

୧୯୯୮ରୁ ଆଡ଼ଭାନୀ ଏହି ଗାନ୍ଧୀନଗର ଆସନରୁ ଲଢ଼ିଆସୁଛନ୍ତି। ତେବେ ପ୍ରଥମଥର ପାଇଁ ୧୯୯୧ ମସିହାରୁ ଏହି ଆସନରୁ ନିର୍ବାଚନ ଜିତି ଆଡ଼ଭାନୀ ସାଂସଦ ହୋଇଥିଲେ। ୧୯୯୬ ମସିହାରେ ବାବରି ମସଜିଦ ଘଟଣା ପାଇଁ ବିବାଦୀୟ ହୋଇପଡ଼ିଥିବାରୁ ଆଡ଼ଭାନୀ ନିର୍ବାଚନ ଲଢିନଥିଲେ। ଏହି ଆସନରେ ସେତେବେଳେ ଅଟଳ ବିହାରୀ ବାଜପେୟୀ ଲଢିଥିଲେ।



from Odisha Reporter https://ift.tt/2HA7Bnm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages