ଚୋରା ବନ୍ଧୁକ କାରବାର ଅଭିଯୋଗରେ ବିଜେଡି ଛାତ୍ର ନେତା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଚୋରା ବନ୍ଧୁକ କାରବାର ଅଭିଯୋଗରେ ବିଜେଡି ଛାତ୍ର ନେତା ଗିରଫ

chinmaya

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୋରା ବନ୍ଧୁକ କାରବାର ଅଭିଯୋଗରେ ବିଜେଡିର ଜଣେ ଛାତ୍ର ନେତା ଗିରଫ ହୋଇଛନ୍ତି। ତାଙ୍କ ନାଁ ଚିନ୍ନୟ ନନ୍ଦ ବଡ଼ଜେନା।

ମିଳିଥିବା ସୂଚନା ଅନୁଯାୟୀ, ସେ ଭୁବନେଶ୍ୱରର ଏକ ସ୍ଥାନରେ ଚୋରା ବନ୍ଧୁକକୁ ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ୍ କରିଥିଲେ। ଏମିତିକି ବନ୍ଧୁକ ଠିକ୍ ଅଛି କି ନାହିଁ ଦେଖାଇବା ପାଇଁ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲେ। ପରେ ପୁଲିସ୍ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।

ଚିନ୍ମୟଙ୍କ ସହ ତାଙ୍କର ୭ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

ଚିନ୍ମୟଙ୍କ ନାଁରେ ୧୪ରୁ ଅଧିକ ମାମଲା ରହିଛି। ପୂର୍ବରୁ ମଧ୍ୟ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ଯେଉଁ ସ୍ଥାନରେ ପୁଲିସ୍ ବ୍ଲାଙ୍କ ଫାୟାରିଂ କରିଥିଲା ପୁଲିସ୍ ସେଠାରୁ ଖୋକା ଜବତ କରିଛି। ତେବେ ପୁଲିସ୍ ବନ୍ଧୁକକୁ ଜବତ କରିପାରିନି।

ଚିନ୍ନୟଙ୍କୁ ପ୍ରଥମେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍ ଧରିଥିଲା। ତା’ପରେ ତାଙ୍କୁ ଧଉଳି ଥାନା ପୁଲିସ୍‌କୁ ହସ୍ତାନ୍ତର କରାଯାଇଥିଲା।



from Odisha Reporter https://ift.tt/2FsT0b1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages