ଚରମସ୍ତରରେ କଂଗ୍ରେସ କନ୍ଦଳ: ଟିକେଟ ମିଳିବା ଆଗରୁ ନାମାଙ୍କନ ଭରିଲେ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଚରମସ୍ତରରେ କଂଗ୍ରେସ କନ୍ଦଳ: ଟିକେଟ ମିଳିବା ଆଗରୁ ନାମାଙ୍କନ ଭରିଲେ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକଟ ମିଳିବା ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ।  ସଦନ ନାୟକ ଓ ମାଲା ମାଢ଼ିଙ୍କ ପରେ କଂଗ୍ରେସର ଆଉ ଜଣେ ଟିକଟ ଆଶାୟୀ ଚନ୍ଦ୍ରଶେଖର ମାଝି ଆଜି ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଏଥିରୁ କଂଗ୍ରେସରେ ଟିକଟ କନ୍ଦଳ କେଉଁ ସ୍ତରରେ ପହଞ୍ଚିଛି ତାହା ସ୍ପଷ୍ଟ ହେଉଛି ।  ସ୍ଥିତି ଏମିତି ଯେ ହାଇକମାଣ୍ଡଙ୍କ ଗ୍ରୀନ୍ ସିଗ୍‌ନାଲକୁ ଅପେକ୍ଷା କରିବା ଲାଗି ମଧ୍ୟ ଆଶାୟୀଙ୍କ ଧୈର୍ଯ୍ୟ ନାହିଁ। ଏଭଳି ସ୍ଥିତିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ୩ଟି ଲୋକସଭା ଓ ୨୭ ବିଧାନସଭା ଆସନରେ ଦଳର ପ୍ରାର୍ଥୀ ଚୟନ ଏବେବି ବି ଝୁଲି ରହିଛି। ଆଜି ନବରଙ୍ଗପୁର ଲୋକସଭା ଆସନ ଲାଗି କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ନାମାଙ୍କନ ଭରିଛନ୍ତି। ଏପଟେ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀ ମଧ୍ୟ ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ପାର୍ଥକ୍ୟ ହେଉଛି ପ୍ରଦୀପଙ୍କୁ ଟିକଟ ମିଳିଛି ।

ଆଉ ବିନା ଟିକଟରେ ନୋମିମେସନ କରିଛନ୍ତି  ଚନ୍ଦ୍ରଶେଖର।  ତେବେ କେବଳ ଚନ୍ଦ୍ର ଶେଖର ନୁହନ୍ତି ନାଁ ଘୋଷଣା ହେବା ପୂର୍ବରୁ ନବରଙ୍ଗପୁର ଆସନରେ ସଦନ ନାୟକ ଓ ମାଲକାନଗିରି ଆସନ ଲାଗି ମାଲା ମାଢ଼ି ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅବଶ୍ୟ ମାଲାକୁ ନୋମିନେସନର ପରଦିନ ଟିକଟ ମିଳିଯାଇଥିଲା । ତେବେ ସଦନ ନାୟକଙ୍କୁ ନେଇ ସସ୍‌ପେନ୍ସ ଲାଗି ରହିଛି । ଟିକଟ ବଣ୍ଟା ଝାମେଲା ଭିତରେ ଏବେ ମୁହାଁମୁହିଁ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ମହିଳା କଂଗ୍ରେସ ମୁଖ୍ୟ ସୁମିତ୍ରା ଜେନା । ପ୍ରଥମ ପର୍ଯ୍ୟାୟରେ ଘୋଷିତ  ତାଲିକାରେ ମାତ୍ର ଜଣେ ମହିଳାଙ୍କ ନାଁକୁ ନେଇ ଆପତ୍ତି ଉଠାଇଥିଲେ ସୁମିତ୍ରା।

ତେବେ ସୁମିତ୍ରାଙ୍କ କ୍ଷୋଭ ମହିଳାଙ୍କୁ ଟିକଟ ଦିଆଯିବାକୁ ନେଇ ନୁହେଁ ବୋଲି  କହିଛନ୍ତି ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ସୁମିତ୍ରା ଯେଉଁ ଆସନ ଚାହୁଁଥିଲେ ତାଙ୍କୁ ସେଇ ଆସନ ନମିଳିବାରୁ  ସୁମିତ୍ରା ଅସନ୍ତୋଷ ପ୍ରକାଶ କରିଥିବା ନିରଞ୍ଜନ କଟାକ୍ଷ କରିଛନ୍ତି। ସେପଟେ ଟିକଟକୁ ନେଇ ଅଙ୍କ ଛିଡୁ ନଥିବା ବେଳେ ଆଜି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ କଂଗ୍ରେସରେ ସାମିଲ ହୋଇଛନ୍ତି। ଏସବୁ ଭିତରେ ଆସନ୍ତା ୨୨ ତାରିଖରେ ଦଳ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାନ ବାକି ଥିବା ୩ଟି ଲୋକସଭା ଓ ୨୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2TLZqe2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages